ଭାରତର ପ୍ରଖ୍ୟାତ ଅଟୋ ନିର୍ମାତା ମହିନ୍ଦ୍ରା । ଦିନକୁ ଦିନ ଅତ୍ୟାଧୁନୀକ ସେଗମେଣ୍ଟର ଏସୟୁଭି ନିର୍ମାଣ କରି ଦେଶ ବିଦେଶରେ ବେଶ୍ କ୍ଷାତି ଅର୍ଜ୍ଜନ କରିଛି କମ୍ପାନୀ । ଯାହାର ମାଲିକ ହେଉଛନ୍ତି ଆନନ୍ଦ ମହିନ୍ଦ୍ରା । ହେଲେ ଆନନ୍ଦ ମହିନ୍ଦ୍ରାଙ୍କୁ କେଉଁ ଗାଡ଼ି ଚଢିବାକୁ ଭଲ ଲାଗେ ? କାହିଁକି ଏ ଗାଡିଟି ତାଙ୍କୁ ଅଧିକ ପସନ୍ଦ? ନିଜେ ବିଭିନ୍ନ ମଡେଲର ହାଇ ରେଞ୍ଜର ଗାଡି ପ୍ରସ୍ତୁତ କରୁଥିବା ବେଳେ ସେ ନିଜେ କିନ୍ତୁ ବୁଲନ୍ତି ସ୍କର୍ପିଓରେ । ଯାହାକୁ ସେ ଗତବର୍ଷ ଅତି ଭଲ ପାଇବା ସହ ଏହାର ନାଁ ରଖିଛନ୍ତି ଭୀମ । ବେଳେ ବେଳେ ଦେଖାଯାଏ ଅନେକ ଗାଡି ନିର୍ମାତା ନିଜ କମ୍ପାନୀର ଗାଡି ନଚଢି ସବୁବେଳେ ବିଦେଶୀ କମ୍ପାନୀର ନାମୀଦାମୀ ଓ ଲକ୍ଜୁରିୟସ ଗାଡିରେ ବୁଲନ୍ତି ।

ହେଲେ ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ଲିମିଟେଡର ଚେୟାରମ୍ୟାନ୍ ଆନନ୍ଦ ମହିନ୍ଦ୍ରା କିନ୍ତୁ ସବୁବେଳେ ଚଢନ୍ତି ନିଜ କମ୍ପାନୀର ଗାଡି । ତାହାପୁଣି ସାଧାରଣ ସ୍କର୍ପିଓ ଏସୟୁଭିରେ । ବିଗତ ୨୦ବର୍ଷ ଧରି ଭାରତୀୟ ମାର୍କେଟରେ ରାଜ୍ କରୁଛି ସ୍କର୍ପିଓ । ଏଣୁ ଆନନ୍ଦ ପୂର୍ବରୁ ମଧ୍ୟ ଏହି କାରଟିକୁ ଚଢୁଥିବା ବେଳେ ଗତବର୍ଷ ଏହାର ନୂଆ ସେଗମେଣ୍ଟଟିକୁ ପୁଣିଥରେ ନିଜ ପାଖରେ ରଖିଛନ୍ତି । ସେହିପରି ଅଧିକାଂଶ ସମୟରେ ନିଜ କାର୍ଯ୍ୟଶୈଳୀକୁ ନେଇ ଚର୍ଚ୍ଚାରେ ରହୁଥିବା ଆନନ୍ଦଙ୍କର ଏବେ ପର୍ସନାଲ ଗାଡିକୁ ନେଇ ଅନେକ ଚର୍ଚ୍ଚା । ତାଙ୍କର କାର୍ଯ୍ୟଶୈଳୀ ଲୋକଙ୍କୁ ବେଶ୍ ପସନ୍ଦ ଆସିବା ସହ ସେ ସୋସିଆଲ ମିଡ଼ିଆରେ ମଧ୍ୟ ବେସ୍ ଆକ୍ଟିଭ୍ ଥାଆନ୍ତି । ଆନନ୍ଦ ମହିନ୍ଦ୍ରା ଏତେବଡ଼ ବ୍ୟବସାୟୀ ହୋଇ ବି ସେ ଅନ୍ୟ କୌଣସି ଦାମୀ କମ୍ପାନୀର କାର ଏଯାଏଁ ଧରିନାହାଁନ୍ତି ।
