ଜଣେ ବ୍ୟକ୍ତିର ଗୋଟିଏ, ୨ଟି ଅଥବା ୩ଟି ଛୁଆ କଥା ଆପଣ ଜାଣିଥିବେ । କିନ୍ତୁ ନେଦରଲ୍ୟାଣ୍ଡରେ ଏମିତି ଜଣେ ବ୍ୟକ୍ତି ଅଛନ୍ତି ଯିଏ କି ସ୍ପର୍ମ ଡୋନେଟ କରି ବର୍ତ୍ତମାନ ଚର୍ଚ୍ଚାରେ । ମାତ୍ର ୪୧ ବର୍ଷ ବୟସରେ ସେ ସାରାବିଶ୍ୱରେ ପ୍ରାୟ ୬ଶହ ଛୁଆଙ୍କ ବାପା ହୋଇଛନ୍ତି । କିନ୍ତୁ ବର୍ତ୍ତମାନ ନେଦରଲ୍ୟାଣ୍ଡ କୋର୍ଟଙ୍କ ପକ୍ଷରୁ ଉକ୍ତ ଯୁବକଙ୍କ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ।

ସୂଚନାନୁସାରେ ନେଦରଲ୍ୟାଣ୍ଡରେ ଜଣେ ୪୧ ବର୍ଷିୟ ଯୁବକ ଜୋନାଥନ ମୀଜର ଜଣେ ସ୍ପର୍ମ ଡୋନର ଅଟନ୍ତି । ସେ ଟଙ୍କା ବଦଳରେ ସ୍ପର୍ମ ଡୋନେଟ କରନ୍ତି । ଏବଂ ବର୍ତ୍ତମାନ ସୁଦ୍ଧା ବିଶ୍ୱର ପ୍ରାୟ ୬୦୦ ଶହ ଛୁଆଙ୍କର ବାୟୋଲୋଜିକାଲ ବାପା ହୋଇସାରିଛନ୍ତି । ଉକ୍ତ ଯୁବକଙ୍କ ଉପରେ ନାଗରିକ ସଂସ୍ଥା ପକ୍ଷରୁ ଏକ କେସ୍ କରାଯ।।ଇଥିଲା । ଯେଉଁଥିରେ ଦର୍ଶା ହୋଇଥିଲା ଯଦି ମୀଜରଙ୍କ ସ୍ପର୍ମରୁ ଜନ୍ମିତ ପୁଅ ଝିଅ ଭବିଷ୍ୟତରେ କେବେ ବିବାହ ବନ୍ଧନରେ ଆସୁଛନ୍ତି ତେବେ ତାହା ବ୍ୟଭିଚାର ବା ଇନ୍ବ୍ରିଡିଙ୍ଗ ପ୍ରକ୍ରିୟାରେ ଅର୍ନ୍ତଭୁକ୍ତ ହେବେ । ଉକ୍ତ ମାମଲାର ତଦନ୍ତ କରି ଶୁକ୍ରବାର ଦିନ ନେଦରଲ୍ୟାଣ୍ଡ କୋର୍ଟ ପକ୍ଷରୁ ଜୋନାଥନଙ୍କ ଉପରେ ବ୍ୟାନ ଘୋଷଣା କରାଯାଇଛି । ଏବଂ ଏଥିରେ କୁହାଯାଇଛି ବୁକ୍ ହୋଇଥିବା ସ୍ପର୍ମକୁ ଛାଡି ଅନ୍ୟ ସ୍ପର୍ମକୁ ନଷ୍ଟ କରିବା ନିମନ୍ତେ ସେ ଲିଖିତ ଭାବରେ କ୍ଲିନିକ ମାନଙ୍କୁ ଜଣାନ୍ତୁ ।
