ଦିଲ୍ଲୀର ଜନ୍ତରମନ୍ତରରେ ଚାଲିଛି କୁସ୍ତିଯୋଦ୍ଧାଙ୍କ ଅନଶନ । ଏହାରି ଭିତରେ କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି ବିନେଶ ଫୋଗାଟ୍ । କ୍ରୀଡାସଂଘର ମହିଳା ଯୋଦ୍ଧାମାନଙ୍କୁ ବିଭିନ୍ନ ପ୍ରକାର ଶାରିରୀକ ନିର୍ଯାତନା ଦେଇଥିବା ଅଭିଯୋଗ କରିଛନ୍ତି ବିନେଶ୍ । ଏହାସହ ଫୋଗାଟ୍ କହିଛନ୍ତି, ଡବ୍ଲୁଏଫଆଇ ସଭାପତି ତଥା ବିଜେପି ସାଂସଦ ବ୍ରିଜଭୂଷଣ ସିଂଙ୍କ ଭଳି ଜଣେ ଶକ୍ତିଶାଳୀ ବ୍ୟକ୍ତିଙ୍କ ବିରୋଧରେ ଲଢିବା ଆଦୌଁ ସହଜ ନୁହେଁ ।


ଯିଏ କି ନିଜ ଶକ୍ତିର ଦୁରୁପଯୋଗ କରିଛନ୍ତି । ଏପରି କି ଅନୁରାଗ ଠାକୁର ମଧ୍ୟ ଏହି ମାମଲାକୁ ଚପାଇବାକୁ ଯଥାସାଧ୍ୟ ପ୍ରଚେଷ୍ଟା ଚଳାଇଥିବା ଅଭିଯୋଗ କରିଛନ୍ତି ବିନେଶ ଫୋଗାଟ୍ । ତାଙ୍କୁ ଯୌନ ନିର୍ଯାତନା େଇଥିବା ବ୍ରିଜଭୂଷଣଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି ଫୋଗାଟ୍ । ଏକ ସାମ୍ବାଦିକ ସମ୍ମିଳନୀରେ ବିନେଶ ଅଭିଯୋଗ କରିଛନ୍ତି, ଜନ୍ତରମନ୍ତରରେ ଅନଶନ ଚାଲିଥିବା ବେଳେ ସେମାନେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ସହ ଆଲୋଚନା କରିଥିଲେ ।

