ବିଜେଡିରେ ମିଶିଲେ ଝାରସୁଗୁଡା ଜିଲ୍ଲା ବିଜେପି ସଭାପତି
ବିଜେପିକୁ ମଜବୁତ କରିବାକୁ ଦିନରାତି ପରିଶ୍ରମ କରିଥିଲି, ମାତ୍ର ଦଳ ମୋତେ ଅଣଦେଖା କଲା, ସେଥିଲାଗି ମୁ ବିଜେଡିରେ ଯୋଗ ଦେଇଛି | ବିଜେପିର ପୁରୁଣା ନେତାଙ୍କ ନୀତି ଆଦର୍ଶରେ ସେଠାରେ ଯୋଗ ଦେଇଥିଲି, କିନ୍ତୁ ସେଠାରେ ଆଉ ସେ ନୀତି ଆଦର୍ଶ ନାହିଁ ବୋଲି ମଙ୍ଗଳ କ୍ଷୋଭର ସହ ପ୍ରକାଶ କରିଥିଲେ | ଏହାସହ ନବ ଦାସଙ୍କ ହତ୍ୟା ପାଇଁ ଦୁଃଖ ପ୍ରକାଶ କରିବା ସହ ତଦନ୍ତ ଦାବି କରିଥିଲେ ମଙ୍ଗଳ | ବିଜେଡିକୁ ମଜବୁତ କରିବାକୁ କାମ କରିବେ ବୋଲି ମଙ୍ଗଳ କହିଛନ୍ତି।
previous post