Home Entertainment ସଲମାନଙ୍କୁ ପଛରେ ପକାଇଲେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ

ସଲମାନଙ୍କୁ ପଛରେ ପକାଇଲେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ

by Admin
0 comment

ଏପ୍ରିଲ ମାସରେ ଦୁଇ ଦୁଇଟି ଫିଲ୍ମ ରିଲିଜ ହୋଇଛି । ପ୍ରଥମଟି ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଫିଲ୍ମ କିସି କା ଭାଇ କିସି କି ଜାନ ହୋଇଥିବା ବେଳେ, ଅନ୍ୟଟି ଐଶ୍ୱର୍ଯ୍ୟାଙ୍କ ପୋଲିୟିନ ସେଲଭମ -୨ । ଦୁଇଟି ଯାକ ଫିଲ୍ମ ବଡ ବଜେଟରେ ନିର୍ମାଣ କରାଯାଇଥଲା । କିନ୍ତୁ ବର୍ତ୍ତମାନ ସଲମାନ ଖାନଙ୍କୁ ପଛରେ ପକାଇଛନ୍ତି ଐଶ୍ୱର୍ଯ୍ୟା ।
ସୂଚନାନୁସାରେ ସଲମାନ ଖାନଙ୍କ ଫିଲ୍ମ କିସି କା ଭାଇ କିସି କି ଜାନ ଇଦ୍‌ର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ୨୧ ଏପ୍ରିଲ ଦିନ ରିଲିଜ ହୋଇଥିଲା । ସେହିପରି ଐଶ୍ୱର୍ଯ୍ୟାଙ୍କ ଫିଲ୍ମ ଚଳିତ ମାସ ଶେଷ ଅର୍ଥାତ ଏପ୍ରିଲ ୨୮ରେ ରିଲିଜ ହୋଇଥିଲା । କିନ୍ତୁ ବର୍ତ୍ଥମାନ ସଲମାନଙ୍କ ଫିଲ୍ମକୁ ଫଛରେ ପକାଇ ଦେଇଛି ଐଶ୍‌ଙ୍କ ଫିଲ୍ମ ।

ଅଧିକ ପଢନ୍ତୁ

ସଲମାନଙ୍କ ଫିଲ୍ମ ରିଲିଜ ହେବାର ୧୨ ଦିନ ପରେ ୱାଲ୍ଡ ୱାଇଡ ବକ୍ସ ଅଫିସରେ ମାତ୍ର ୧୬୦ କୋଟି ଟଙ୍କା ଆୟ କରିଥିବା ବେଳେ, ଐଶ୍‌ଙ୍କ ଫିଲ୍ମ ରିଲିଜ ହେବାର ମାତ୍ର ୫ ଦିନ ମଧ୍ୟରେ ୱାଲ୍ଡ ୱାଇଡ ୨୦୦ କୋଟି ଟଙ୍କା ଆୟ କରିସାରିଛି । କିସି କା ଭାଇ କିସି କି ଜାନ ୨୪ ଘଣ୍ଟା ମଧ୍ୟରେ ଭାରତରେ ୨ ରୁ ୩ କୋଟି ଟଙ୍କା ଆୟ କରିଥିବା ବେଳେ, ପିଏସ-୨ ଭାରତରେ ପ୍ରାୟ ୨୪ କୋଟି ଟଙ୍କା ଆୟ କରିଛି ।

ଆହୁରି ପଢନ୍ତୁ

ସୂଚନାଯୋଗ୍ୟ ଫରହାଦ୍ ସାଜମିଙ୍କ ଦ୍ୱାରା ନିର୍ମିତ କିସି କା ଭାଇ କିସି କି ଜାନ୍ ଫିଲ୍ମକୁ ମୋଟ ୧୫୦ କୋଟି ଟଙ୍କା ବଜେଟ୍‌ରେ ନିର୍ମାଣ କରାଯାଇଛି । ଏଥିରେ ସଲମାନଙ୍କ ବ୍ୟତୀତ ପୂଜା ହେଗଡେ, ଶେହନାଜ ଗିଲ୍‌, ରାଘବ ଜୁଏଲ, ସିଦ୍ଧାର୍ଥ ନିଗର ପ୍ରମୁଖ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ସେହିପରି ମଣି ରôତମଙ୍କ ନିର୍ଦ୍ଦେଶିତ ଫିଲ୍ମ ପିଏସ-୨କୁ ୫୦୦ କୋଟି ଟଙ୍କା ବଜେଟରେ ନିର୍ମାଣ କରାଯାଇଛି । ଏବଂ ଏଥିରେ ଐଶ୍ୱର୍ଯ୍ୟାଙ୍କ ବ୍ୟତୀତ ବିକ୍ରମ, ଜଏରାମ ରବି, ତ୍ରିଷା, ପ୍ରଭୁ ଇତ୍ୟାଦି ମୁଖ୍ୟ ଭୂମିକାରେ ଅଛନ୍ତି ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc