ଏକାଧିକ ଜମି କିଣାକୁ ନେଇ ସ୍ୱତନ୍ତ୍ର ରାୟ ଶୁଣାଇଛନ୍ତି ହାଇକୋର୍ଟ । ଏଣିକି ଜଣେ ବ୍ୟକ୍ତି କେବଳ ଗୋଟିଏ ପ୍ଲଟ୍ ହିଁ ରଖିପାରିବେ । ରାଜ୍ୟର ବିଭିନ୍ନ ଉନ୍ନୟନ କର୍ତ୍ତୃପକ୍ଷଙ୍କଠାରୁ ଏକାଧିକ ପ୍ଲଟ୍ ନେବା ଉପରେ ନିଜର ରାୟ ଶୁଣାଇଛନ୍ତି ହାଇକୋର୍ଟ । ଜଣେ ବ୍ୟକ୍ତି ଯେକୌଣସି ଉନ୍ନୟନ କର୍ତ୍ତୃପକ୍ଷଙ୍କଠାରୁ କେବଳ ଗୋଟିଏ ହିଁ ପ୍ଲଟ୍ ନେଇପାରିବେ । ଗୃହ ଓ ନଗର ଉନ୍ନୟନ ବିଭାଗ ନିୟମ କଡ଼ାକଡ଼ି ହେବା ଜରୁରୀ ବୋଲି କହିଛନ୍ତି ଓଡ଼ିଶା ହାଇକୋର୍ଟ ।


ଏହାସହ ସମସ୍ତ ଉନ୍ନୟନ କର୍ତ୍ତୃପକ୍ଷ ଏହାକୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି । ଜଷ୍ଟିସ୍ ବିଶ୍ୱନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି । ସୂଚନା ମୁତାବକ ଏକ କମର୍ସିଆଲ ପ୍ଲଟ୍ ଥାଇ ଅନ୍ୟଏକ ଆବାସିକ ପ୍ଲଟ୍ ନେବାକୁ ଆବେଦନ କରିଥିଲେ ଜଣେ ବ୍ୟକ୍ତି । ପରେ ଏନେଇ ହାଇକୋର୍ଟରେ ରୁଜୁ ହୋଇଥିଲା ରିଟ୍ ପିଟିସନ୍ । ହେଲେ ପିଟିସନକୁ ଅଗ୍ରାହ୍ୟ କରି ଏଭଳି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ପ୍ରକୃତ ହିତାଧିକାରୀ ଗୋଟିଏ ପ୍ଲଟ୍ କିମ୍ବା ଘରଟିଏ ପାଇବାରୁ ବି ବଞ୍ଚିତ ହେଉଛନ୍ତି ।
