Home Breaking News ତୁରନ୍ତ ସାରିନିଅନ୍ତୁ କାମ: ୧୨ଦିନ ବ୍ୟାଙ୍କ୍ ବନ୍ଦ

ତୁରନ୍ତ ସାରିନିଅନ୍ତୁ କାମ: ୧୨ଦିନ ବ୍ୟାଙ୍କ୍ ବନ୍ଦ

by Admin
0 comment

୨୦୨୩-୨୪ ଆର୍ôଥକ ବର୍ଷର ମେ’ ମାସ ପାଇଁ ବ୍ୟାଙ୍କ ଛୁଟି ଘୋଷଣା କରିଛି ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ । ଶନିବାର ଏବଂ ରବିବାର ସମେତ ପର୍ବ, ଜୟନ୍ତୀ ଏବଂ ଅନ୍ୟାନ୍ୟ ଉତ୍ସବ ଯୋଗୁଁ ମେ’ ମାସରେ ମୋଟ୍ ୧୨ଦିନ ବନ୍ଦ ରହିବ ସବୁ ବ୍ୟାଙ୍କ୍ । ଅବଶ୍ୟ ଏହି ଛୁଟି ପ୍ରତି ରାଜ୍ୟ ପାଇଁ ଅଲଗା । ବ୍ୟାଙ୍କ ଛୁଟି ହେଲେ ଅନେକ ସମସ୍ୟା ଭୋଗିବାକୁ ପଡେ । ଏଣୁ ଏହା ପୂର୍ବରୁ ସତର୍କ କରାଇଛି ଆରବିଆଇ । ଯଦି ବ୍ୟାଙ୍କରେ କିଛି ଅର୍ଜ୍ଜେଣ୍ଟ୍ କାମ ଅଛି ତେବେ ତୁରନ୍ତ ସେଗୁଡିକୁ ସାରିଦେବାକୁ ପରାମର୍ଶ ଦେଇଛି ଆରବିଆଇ ।

ମେ’ ୧ତାରିଖରେ ମହାରାଷ୍ଟ୍ର ଦିବସ ଅବସରରେ ବ୍ୟାଙ୍କ ବନ୍ଦ ରହିବ । ମେ’ ୫ରେ ବୁଦ୍ଧ ପୂର୍ଣ୍ଣିମା ଯୋଗୁଁ ବ୍ୟାଙ୍କଗୁଡିକ ଏସବୁ ସ୍ଥାନରେ ବି ବନ୍ଦ ରହିବ । ମେ’ ୭ରେ ରବିବାର ହେତୁ ଦେଶର ସବୁ ସ୍ଥାନରେ ବ୍ୟାଙ୍କ ଛୁଟି ରହିବ । ସେହିପରି ମେ’ ୯ରେ ରବୀନ୍ଦ୍ରନାଥ ଟାଗୋରଙ୍କ ଜନ୍ମ ବାର୍ଷିକୀ ଯୋଗୁଁ ସବୁ ବ୍ୟାଙ୍କ୍ ଛୁଟି ରହିବ ବୋଲି କହିଛି ଆରବିଆଇ । ମେ’ ୧୩ରେ ସମଗ୍ର ଦେଶରେ ଦ୍ୱିତୀୟ ଶନିବାର ହେତୁ ବ୍ୟାଙ୍କଗୁଡିକ ବନ୍ଦ ରହିବ । ମେ’ ୧୪ରେ ରବିବାର ଯୋଗୁଁ ସବୁଥର ଭଳି ଏଥର ବି ବନ୍ଦ ରହିବ । ମେ’ ୧୬ରେ ସିକ୍କିମରେ ପ୍ରତିଷ୍ଠା ଦିବସ ଯୋଗୁଁ ବ୍ୟାଙ୍କ୍ ଛୁଟି ଘୋଷଣା କରାଯାଇଛି । ମେ’ ୨୧ରେ ରବିବାର ହେତୁ ବ୍ୟାଙ୍କଗୁଡିକ ସାରା ଦେଶରେ ବନ୍ଦ ରହିବ । ମେ’ ୨୨ରେ ମହାରାଣା ପ୍ରତାପ ଜୟନ୍ତୀ କାରଣରୁ ବ୍ୟାଙ୍କ ବନ୍ଦ ରହିବ ବୋଲି କହିଛି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ । ମେ’ ୨୭ରେ ଚତୁର୍ଥ ଶନିବାର ପଡୁଥିବାରୁ ଏହିଦିନ ବି ଦେଶର ସବୁ ବ୍ୟାଙ୍କ୍ ବନ୍ଦ ରହିବ । ସେହିପରି ମେ’ ୨୮ରେ ବି ରବିବାର ପଡୁଥିବାରୁ ଦେଶର ସବୁ ସ୍ଥାନରେ ସମସ୍ତ ବ୍ୟାଙ୍କ ବନ୍ଦ ରହିବ ବୋଲି ଘୋଷଣା କରିଛି ଆରବିଆଇ । ଏଣୁ ବାକିଦିନ ଗୁଡିକରେ ନିହାତି ଜରୁରୀ କାମ ଶେଷ କରିନେବାକୁ କହିଛି ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc