ସମ୍ବଲପୁର କେନ୍ଦୁପତ୍ର ଡିଭିଜନାଲ ଫରେଷ୍ଟ ଅଫିସ ସମ୍ମୁଖରେ କେନ୍ଦୁପତ୍ର କର୍ମଚାରୀଙ୍କ ବିକ୍ଷୋଭ ପ୍ରଦର୍ଶନ ସହ ପ୍ରତିବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ଆଜି ଅନୁଷ୍ଠିତ ହୋଇଥିଲା । ରାଜ୍ୟ କେନ୍ଦୁପତ୍ର କର୍ମଚାରୀ ସଂଘର ରାଜ୍ୟରେ ଥିବା ଲକ୍ଷ ଲକ୍ଷ କେନ୍ଦୁପତ୍ର ତୋଳାଳୀ, ସିଜିନାଲ କର୍ମଚାରୀ ଓ ବନ୍ଧାଇ ଶ୍ରମିକଙ୍କ ପତ୍ର ଖରିଦ ଦର ବୃଦ୍ଧି କରିବା ସହ ସିଜନାଲ୍ କର୍ମଚାରୀ ମାନଙ୍କ ଦରମା ଓ ଗସ୍ତ ଖର୍ଚ୍ଚ ବୃଦ୍ଧି କରିବା ସମେତ 14 ଦଫା ଦାବି ପୂରଣ ଦାବିରେ ସମ୍ବଲପୁର ସ୍ଥିତ କେନ୍ଦୁପତ୍ର ଡିଭିଜନାଲ ଫରେଷ୍ଟ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ କଳାବ୍ୟାଜ ପରିଧାନ କରି ପ୍ରତିବାଦ କରାଯାଇଛି ।
