Home Breaking News ରତ୍ନଭଣ୍ଡାର ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ବିଜେପିର ପ୍ରଶ୍ନବାଣ: ୧୯୭୮ରେ ରତ୍ନଭଣ୍ଡାରରେ ଯେତେ ରତ୍ନ ଥିଲା ତାହା ଏବେ ଅଛି ତ ?

ରତ୍ନଭଣ୍ଡାର ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ବିଜେପିର ପ୍ରଶ୍ନବାଣ: ୧୯୭୮ରେ ରତ୍ନଭଣ୍ଡାରରେ ଯେତେ ରତ୍ନ ଥିଲା ତାହା ଏବେ ଅଛି ତ ?

by Admin
0 comment

ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ନେଇ ରାଜ୍ୟ ବିଜେପି ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କ ଉପରେ ବିଜେପି ପୁଣି ବର୍ଷିଛି। ବିଜେପି କହିଛି ଯେ, ଜଗନ୍ନାଥଙ୍କ ସମ୍ପତ୍ତି ଲୁଟ କରିଥିବାରୁ ସେମାନଙ୍କୁ କ୍ଷମା ମିଳିବ ନାହିଁ। ୧୯୭୮ରେ ତତ୍କାଳୀନ ରାଜ୍ୟପାଳ ଭଗବତ ଦୟାଲ ଶର୍ମାଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହୋଇଥିଲା। ସେହି ସମୟରେ ଖୋଲା ଯାଇଥିବା ରତ୍ନଭଣ୍ଡାର ଅନୁସାରେ ଭିତର ରତ୍ନ ଭଣ୍ଡାରରେ ୩୬୭ଟି ଅଳଂକାରରେ ୪୩୬୪ଭରି ସୁନା ରହିଥିଲା। ୨୩୧ଟି ୧୪,୮୭୮ଭରି ରୁପା ଥିଲା କିନ୍ତୁ ତାହା ଏବେ ଅଛି ତ ? ରତ୍ନଭଣ୍ଡାର ଖୋଲି ସେସବୁ ଅଛି ନା ନାହିଁ ତାହା ପ୍ରକାଶ କରନ୍ତୁ ବୋଲି ବିଜେପି ପ୍ରଶ୍ନ କରିଛି। ଏହାବାଦ ସରକାରଙ୍କୁ ବିଜେପି ପ୍ରଶ୍ନବାଣରେ ଘେରିଛି, ବିଜେଡ଼ି କହିବା ଅନୁସାରେ ୧୯୮୫ରେ ଯଦି ଖୋଲାଯାଇଥିଲା, ତେବେ ସେତେବେଳେ ଚାବି କେଉଁଠି ରହିଥିଲା ? କିଏ ଖୋଲିଥିଲା ଏବଂ ପୁଣି କିଏ ରଖିଥିଲା ? ଯଦି ହଜିଲା ସେଥିପାଇଁ କିଏ ଦାୟୀ ତାହା କୁହନ୍ତୁ ?

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc