ବିବାହ ସମ୍ପର୍କ ଏବଂ ଛାଡ଼ପତ୍ରକୁ ନେଇ ବଡ଼ ଘୋଷଣା କରିଛନ୍ତି ସୁପ୍ରିମକୋର୍ଟ । କେଉଁ କାରଣରୁ ଛାଡ଼ପତ୍ରକୁ ମଞ୍ଜୁରୀ ମିଳିପାରିବ ସେ ନେଇ ରାୟ ପ୍ରକାଶ କରିଛନ୍ତି ସର୍ବୋଚ୍ଚ ନ୍ୟାୟଳୟ । ଯଦି କୌଣସି ବୈବାହିକ ସମ୍ପର୍କରେ ସୁଧାର ଆସିବାର ଆଶା ନଥାଏ ତେବେ ଏଥିପାଇଁ ଛାଡପତ୍ରକୁ ମିଳିବ ଅନୁମତି । ସେହିପରି ଯଦି ଦାମ୍ପତ୍ୟ ଜୀବନରେ ସମ୍ପର୍କ ସ୍ଥାପନର କୌଣସି ଇଚ୍ଛା ନଥାଏ ତେବେ ଏଥିପାଇଁ ମଧ୍ୟ ଛାଡ଼ପତ୍ରକୁ ଅନୁମତି ମିଳିପାରିବ । ଏ ମାମଲାର ଶୁଣାଣି ସମୟରେ ଏ ନେଇ ରାୟ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ ।


ଏହି ଶୁଣାଣିରେ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ କହିଛନ୍ତି, ଧାରା ୧୪୨ ଅନୁସାରେ ବିଶେଷ ଶକ୍ତିର ପ୍ରୟୋଗ କରି ଛାଡ଼ପତ୍ରକୁ ମଞ୍ଜୁରୀ ମିଳିପାରିବ । ଏଥିପାଇଁ ଦମ୍ପତ୍ତିକୁ ୬ମାସ ଅପେକ୍ଷା କରିବାକୁ ପଡିବନି । ତେବେ ସୁପ୍ରିମକୋର୍ଟଙ୍କ ଏହି ରାୟରେ ଏକ ସର୍ତ୍ତ ମଧ୍ୟ ରହିଛି । ସର୍ବୋଚ୍ଚ ନ୍ୟାୟାଳୟଙ୍କ ଶୁଣାଣି ଅନୁସାରେ ନିଶ୍ଚିତ ଭାବେ ଭାଙ୍ଗିଯାଇଥିବା ବୈବାହିକ ସମ୍ପର୍କରେ ଏହି ଛାଡ଼ପତ୍ର ଅନୁମତି ପାଇପାରିବ । ତେବେ ଯଦି ଏହି ସମ୍ପର୍କ ପୁଣିଥରେ ସ୍ଥାପନ ହେବାର କୌଣସି ଆଶା ନଥାଏ, ତେବେ ସୁପ୍ରିମକୋର୍ଟ ଏହି ବିଚ୍ଛେଦକୁ ଗ୍ରହଣ କରିବା ସହ ଛାଡ଼ପତ୍ର ପାଇଁ ଅନୁମତି ଦେଇପାରିବେ ।

