ଗତବର୍ଷ ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାଏଙ୍କ ଫିଲ୍ମ ପୋନିୟିନ୍ ସେଲ୍ଭମ୍ ରିଲିଜ ହୋଇଥିଲା । ଫିଲ୍ମଟି ଦର୍ଶକଙ୍କୁ ପସନ୍ଦ ଆସିବା ସହିତ ବ୍ୟବସାୟିକ ସଫଳତା ମଧ୍ୟ ହାସଲ କରିଥିଲା । ପିଏସ-୧ ଫିଲ୍ମର ଦ୍ୱିତୀୟ ଭାଗ ରିଲିଜ ହେବାର ମାତ୍ର ୩ ଦିନ ମଧ୍ୟରେ ବକ୍ସ ଅଫିସରେ ୧୫୦ କୋଟି ଟଙ୍କା ଆୟ କରିଛି ।



ସୂଚନାନୁସାରେ ଏପ୍ରିଲ ୨୮ ତାରିଖରେ ରିଲିଜ ହୋଇଛି ନିର୍ଦ୍ଦେଶକ ମଣି ରତ୍ନମଙ୍କ ଫିଲ୍ମ ପିଏସ୍-୨ । ଐଶ୍ୱର୍ଯ୍ୟା ରାଏଙ୍କ ଅଭିନୀତ ଫିଲ୍ମକୁ ଦର୍ଶକଙ୍କ ଦ୍ୱାରା ବେଶ ଭଲ ରେସପନ୍ସ ମିଳିଛି । ମାତ୍ର ୨ ଦିନ ମଧ୍ୟରେ ଫିଲ୍ମଟି ୧୦୦ କୋଟି କ୍ଲବ୍ରେ ସାମିଲ ହୋଇଛି । ପ୍ରଥମ ଦିନରେ ଫିଲ୍ମଟି ୩୮ କୋଟି, ଦ୍ୱିତୀୟ ଦିନରେ ୫୬ କୋଟି ଓ ତୃତୀୟ ଦିନରେ ମଧ୍ୟ ପ୍ରାୟ ୫୬ କୋଟି ଟଙ୍କା ବକ୍ସ ଅଫିସରେ କଲେକ୍ସନ କରିଛି । ଏହି କ୍ରମରେ ବର୍ତ୍ତମାନ ସୁଦ୍ଧା ଫିଲ୍ମଟି ୱାଲ୍ଡ ୱାଇଡ ସ୍ତରରେ ପ୍ରାୟ ୧୫୦ କୋଟି ଟଙ୍କା ଆୟ କରିଛି ।


