ବଲିଉଡ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଆକ୍ଟର ସଲମାନ ଖାନଙ୍କର କିଛିଦିନ ଦିନ ପୂର୍ବରୁ ଫିଲ୍ମ କିସି କା ଭାଇ କିସି କା ଜାନ ରିଲିଜ ହୋଇଛି । ଫିଲ୍ମଟି ବ୍ୟବସାୟିକ ସଫଳତା ହାସଲ ନକରିପାରି ଚର୍ଚ୍ଚାରେ ଥିବା ବେଳେ, ବର୍ତ୍ତମାନ ଏକ ଇଣ୍ଟରଭିୟ୍ୟୁରେ ନିଜ ପର୍ସନାଲ ଲାଇଫ ସମ୍ପର୍କରେ ମନ୍ତବ୍ୟ ଦେଇ ଆଲୋଚନାକୁ ଆସିଛନ୍ତି । ଏହି ସୋ ରେ ସଲମାନ ବାପା ହେବାକୁ ଚାହୁଁଥିବା କହିଛନ୍ତି ।

ସୂଚନାନୁସାରେ କିଛିଦିନ ପୂର୍ବରୁ ସଲମାନ ଏକ ଇଣ୍ଟରଭିୟ୍ୟୁରେ ଯୋଗ ଦେଇଥିଲେ । ସୋ ରେ ସଲମାନଙ୍କ ପର୍ସନାଲ ଲାଇଫରେ ବିବାହ ଓ ପିଲାଙ୍କୁ ନେଇ ପ୍ରଶ୍ନ ପଚାରି ଥିଲେ । ଏହାର ଉତ୍ତରରେ ସଲମାନ କହିଛନ୍ତି ସେ ଛୋଟ ପିଲାଙ୍କୁ ବେଶ ପସନ୍ଦ କରନ୍ତି । ଏବଂ ତାଙ୍କର ବାପା ହେବାକୁ ବହୁତ ମଧ୍ୟ ଇଚ୍ଛା ଅଛି । ଏହାଛଡା ସଲମାନ ଆହୁରି ମଧ୍ୟ କହିଛନ୍ତି ବହୁତ ଦିନରୁ ସେ ବାପା ହେବା ପାଇଁ ଯୋଜନା କରୁଛନ୍ତି । କିନ୍ତୁ ଭାରତୀୟ ଆଇନରେ ଏହା ସମ୍ଭବ ନୁହେଁ । ଅନ୍ୟ ଏକ ପ୍ରଶ୍ନରେ ସଲମାନଙ୍କୁ କରନ ଜୋହରଙ୍କ ୨ ସନ୍ତାନଙ୍କ ଉଦାହରଣ ଦିଆଯାଇଥିଲା । ଯାହାର ଉତ୍ତରରେ ସଲମାନ କହିଛନ୍ତି, ସେ ଦିଗରେ ଚେଷ୍ଟା କରିଥିଲେ କିନ୍ତୁ ଭାରତରେ ବର୍ତ୍ତମାନ ସେ ନିୟମ ପରିବର୍ତ୍ତନ ହୋଇସାରିଛି ।
