ଆଜିଠୁ ରାଜ୍ୟରେ ଆରମ୍ଭ ହୋଇଛି ପଛୁଆବର୍ଗ ସର୍ଭେ । ଏହି ଓବିସି ସର୍ଭେ ଆସନ୍ତା ୨୭ତାରିଖ ଯାଏଁ ଚାଲିବ । ପ୍ରତି ଗାଁରେ ଉଭୟ ଅଫଲାଇନ ଓ ଅନଲାଇନ ଜରିଆରେ ଚାଲିବ ସର୍ଭେ । ସର୍ଭେ ପାଇଁ ପ୍ରତି ୱାର୍ଡରେ ଖୋଲିବ ଏନୁମରେଟର ସେଣ୍ଟର । ସୂଚନା ମୁତାବକ ଆଜିଠୁ ୨୦ତାରିଖ ଯାଏଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ସର୍ଭେ କରାଯିବ । ମେ’ ୨୧ରୁ ୨୭ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ସ୍ୱତନ୍ତ୍ର ଅଭିଯାନ । ଏନେଇ ସରକାରୀ ସ୍ତରରେ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ।


ମେ’ ୧ରୁ ୨୭ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଏହି ସର୍ଭେ ଚାଲିବ । ପ୍ରତି ଗାଁରେ ଉଭୟ ଅଫଲାଇନ ଏବଂ ଅନଲାଇନ ମାଧ୍ୟମରେ ଏହି ସର୍ଭେ କରାଯିବ । ଏଥିପାଇଁ ବିଭିନ୍ନ ୱାର୍ଡରେ ଖୋଲାଯାଇଛି ଏନୁମରେଟର ସେଣ୍ଟର । ସୂଚନା ମୁତାବକ ୨୭ଦିନ ଧରି ଚାଲିବାକୁ ଥିବା ଏହି ସର୍ଭେରେ ରାଜ୍ୟର ସବୁ ଅଞ୍ଚଳରେ ସର୍ଭେ କରାଯିବ । ପରେ ମେ’ ୨୧ରୁ ୨୭ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଡ୍ରାଇଭ୍ କରାଯିବ । ସରକାରଙ୍କ କହିବା ଅନୁଯାୟୀ, ଜଣେ ବ୍ୟକ୍ତି ଓବିସି କମିଶନଙ୍କ ୱେବସାଇଟକୁ ଯାଇ ଅନଲାଇନରେ ନିଜର ନାଁ ପଞ୍ଜୀକରଣ କରିପାରିବେ । ଅପରପକ୍ଷରେ ଅଫଲାଇନ ସର୍ଭେ ପାଇଁ ପ୍ରତି ଗାଁ ଓ ୱାର୍ଡରେ ଏନୁମରେଟର ସେଣ୍ଟରର ବ୍ୟବସ୍ଥା ହୋଇଛି ।
