ପଞ୍ଜାବର ଲୁଧିଆନା ଅନ୍ତର୍ଗତ ଗିଆସ୍ପୁରା ଅଞ୍ଚଳର ଏକ କାରଖାନାରେ ଆଜି ଗ୍ୟାସ୍ ଲିକ୍ ହେବାରୁ ୯ଜଣଙ୍କର ଜୀବନ ଚାଲିଯାଇଛି । ମୃତକଙ୍କ ସଂଖ୍ୟା ଆଗକୁ ବଢିପାରେ ବୋଲି ଆଶଙ୍କା କରାଯାଉଥିବା ବେଳେ ୧୧ଜଣଙ୍କୁ ଅସୁସ୍ଥ ଅବସ୍ଥାରେ ଉଦ୍ଧାର କରାଯାଇଛି । ପ୍ରଭାବିତ ଅଞ୍ଚଳକୁ କର୍ଡନ୍ କରାଯାଇ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ଘଟଣାସ୍ଥଳକୁ ଡାକ୍ତର, ଆମ୍ବୁଲାନ୍ସ ଏବଂ ଦମକଳ ବାହିନୀ ପଠାଯାଇଥିବା ବେଳେ ଏମାନେ ସମସ୍ତେ ଉଦ୍ଧାରକାର୍ଯ୍ୟରେ ନିୟୋଜିତ ଅଛନ୍ତି ।
