ଆଜି ଭୁବନେଶ୍ୱରରେ ବଢିଛି ଉଭୟ ପେଟ୍ରୋଲ ଓ ଡିଜେଲର ଦାମ୍ । ରାଜଧାନୀ ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୩ଟଙ୍କା ୧୯ପଇସା ହୋଇଥିବା ବେଳେ ଡିଜେଲ ଲିଟର ପିଛା ଦାମ୍ ରହିଛି ୯୪ଟଙ୍କା ୭୬ପଇସା । ସେହିପରି ଦେଶର ପ୍ରମୁଖ ସହରରେ ବି ଉଭୟ ତେଲର ଦାମ୍ କିଛିଟା ପରିବର୍ତ୍ତନ ହୋଇଛି ।

ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ଦାମ୍ ୯୬ଟଙ୍କା ୭୨ପଇସା ଓ ଡିଜେଲ ଲିଟର ପିଛା ୮୯ଟଙ୍କା ୬୨ପଇସା ହୋଇଛି । ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ଦାମ୍ ୧୦୬ଟଙ୍କା ୩୧ପଇସା ହୋଇଥିବା ବେଳେ ଡିଜେଲ ଦାମ୍ ୯୪ଟଙ୍କା ୨୭ପଇସା ରହିଛି । ସେହିପରି କୋଲକାତାରେ ପେଟ୍ରୋଲ ଦର ୧୦୬ଟଙ୍କା ୩ପଇସା ଥିବା ବେଳେ ଡିଜେଲ ଦର ୯୨ଟଙ୍କା ୭୬ପଇସା ରହିଛି । ଚେନ୍ନାଇରେ ପେଟ୍ରୋଲ ଦର ୧୦୨ଟଙ୍କା ୬୩ପଇସା ଥିବା ବେଳେ ଡିଜେଲ ଦାମ୍ ରହିଛି ୯୪ଟଙ୍କା ୨୪ପଇସା ।

ଇଣ୍ଡିଆନ୍ ଅଏଲ ୱେବସାଇଟ୍ ଅନୁଯାୟୀ ଜଣେ ବ୍ୟକ୍ତି ନିଜ ସହରର କୋଡ୍ ଲେଖି ୯୨୨୪୯୯୨୨୪୯ ନମ୍ବରକୁ ପଠାଇ ପାରିବେ । ପ୍ରତି ସହରର କୋଡ୍ ଅଲଗା ରହିଥିବାରୁ ତୁରନ୍ତ ଆଇଓସିଏଲ ୱେବସାଇଟରୁ ଏହି ତଥ୍ୟ ମିଳିପାରିବ । ସୂଚନା ମୁତାବକ ପ୍ରତିଦିନ ସକାଳ ୬ଟାରେ ଉଭୟ ପେଟ୍ରୋଲ ଓ ଡିଜେଲ ଦାମରେ ପରିବର୍ତ୍ତନ ହୋଇଥାଏ । ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଡିଲର କମିଶନ ଏବଂ ଅନ୍ୟାନ୍ୟ ଟ୍ୟାକ୍ସ ଯୋଡିବା ପରେ ଏହାର ମୂଲ୍ୟ ପ୍ରାୟ ଦ୍ୱିଗୁଣିତ ହୁଏ ।
