ଟ୍ୱିଟର ପକ୍ଷରୁ ବ୍ୟାନ୍ ହୋଇଛି ଏଏନଆଇ ଏନଡିଟିଭିର ଆକାଉଣ୍ଟ୍ । ସାମାଜିକ ଗଣମାଧ୍ୟମ ନିୟମର ଉଲ୍ଲଂଘନ ଅଭିଯୋଗରେ ଟ୍ୱିଟର ପକ୍ଷରୁ ନିଆଯାଇଛି ଏଭଳି ପଦକ୍ଷେପ । ଏଏନଆଇ ଏଡିଟର ସ୍ମିତା ପ୍ରକାଶ ଏନଆଇ ଟ୍ୱିଟର ପେଜର ଏକ ସ୍କ୍ରିନସଟ୍ ମଧ୍ୟ ସେୟାର କରିଛନ୍ତି । ଯେଉଁଥିରେ ଲେଖାଯାଇଛି ‘ୟୋର ଆକାଉଣ୍ଟ୍ ଆଟ୍ ଏଏନଆଇ ହାଜ୍ ବିନ୍ ଲକ୍ଡ’ । ଏହାସହ ଏଥିରେ ଉଲ୍ଲେଖ ରହିଛି, ଟ୍ୱିଟର ଆକାଉଣ୍ଟ୍ ଖୋଲିବାକୁ ଜଣଙ୍କୁ ୧୩ବର୍ଷ ବୟସ ହୋଇଥିବା ଆବଶ୍ୟକ ।

ଯଦି ଆପଣ ଏହି ବର୍ଗରେ ଆସୁନାହାନ୍ତି ତେବେ ଆପଣଙ୍କ ଆକାଉଣ୍ଟ୍ ଲକ୍ କରାଗଲା ଏବଂ ଟ୍ୱିଟରରୁ ହଟାଇ ଦିଆଗଲା । ଯଦି ଆପଣ ଭାବୁଥାଆନ୍ତି ଯେ ଭୁଲରେ ଏହା ଲକ୍ ହୋଇଯାଇଛି ତେେବେ ଏ ସମ୍ପର୍କରେ ଆମକୁ ଜଣାନ୍ତୁ । ଇତିମଧ୍ୟରେ ଏନଡିଟିଭିର ଟ୍ୱିଟର ଆକାଉଣ୍ଟ୍ ମଧ୍ୟ ଅଜଣା କାରଣ ପାଇଁ ବ୍ଲକ୍ ହୋଇଯାଇଥିବା ଜଣାପଡିଛି । ସୂଚନା ମୁତାବକ ଯେବେଠାରୁ ବିଶ୍ୱର ବିଶିଷ୍ଟ ଶିଳ୍ପପତି ଏଲନ୍ ମସ୍କ୍ ଟ୍ୱିଟରକୁ କିଣିଛନ୍ତି ସେବେଠାରୁ ଲଗାତାର ଏଥିରେ ପରିବର୍ତ୍ତନ କରିଚାଲିଛନ୍ତି ଏଲନ୍ । ଏବେ ଟ୍ୱିଟରରେ ଅନେକ ଫିଚର୍ସ ଉପଲବ୍ଧ ହେଉଛି । ଟ୍ୱିଟରରରେ ଯୋଡାଯାଇଛି ଭେରିଫାଏଡ୍ ବ୍ଲୁ ଟିକ୍ ଫିଚର୍ସ । ଏଥିପାଇଁ ଏଲନ୍ ମାସିକ ଅତିରିକ୍ତ ଦେୟ ଦେବାକୁ କହିଥିଲେ । ସେହିପରି ଗତ କିଛିଦିନ ତଳେ ଟ୍ୱିଟର ପକ୍ଷରୁ ଭାରତର ଅନେକ ଶୀଳ୍ପପତି, କ୍ରିକେଟର ଓ ଅଭିନେତାଙ୍କର ଟ୍ୱିଟର ଆକାଉଣ୍ଟ୍ ରୁ ବ୍ଲୁ ଟିକ୍ ହୋଇଯାଇଥିଲା । ପ୍ରଖ୍ୟାତ ବଲିଉଡ୍ ସୁପରଷ୍ଟାର ଅମିତାଭ ବଚ୍ଚନ, ଶାହାରୁଖ୍ ଖାନ୍, ସଲମାନ ଖାନ୍ଙ୍କ ଭଳି ସୁପରଷ୍ଟାରଙ୍କ ଆକାଉଣ୍ଟରୁ ହଟିଥିଲା ବ୍ଲୁ ଟିକ୍ ।

ସେହିପରି ବିଶିଷ୍ଟ କ୍ରିକେଟର ବିରାଟ କୋହଲିଙ୍କର ବି ବ୍ଲୁ ଟିକ୍ ହଟାଇଥିଲା ଟ୍ୱିଟର । କେବଳ ସେତିକି ନୁହେଁ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଅନେକ ରାଜନେତାଙ୍କର ଟ୍ୱିଟର ଆକାଉଣ୍ଟ୍ରୁ ବ୍ଲୁ ଟିକ୍ ମଧ୍ୟ ହଟିଥିଲା । ହେଲେ ବ୍ଲୁ ଟିକ୍ ହଟିବାର ମାତ୍ର କେଇଘଣ୍ଟା ପରେ ଏମାନେ ଫେରିପାଇଥିଲେ ସେମାନଙ୍କର ବ୍ଲୁ ଟିକ୍ । ଏବେ ବିଶ୍ୱର ଦୁଇ ପ୍ରଖ୍ୟାତ ଗଣମାଧ୍ୟମ ସଂସ୍ଥା ଏଏନଆଇ ଓ ଏନଟିଭିର ଟ୍ୱିଟରର ଆକାଉଣ୍ଟ୍ ସମ୍ପୂର୍ଣ୍ଣ ଭାବେ ବ୍ଲକ୍ ହୋଇଯାଇଛି ।
