Home Breaking News ଓଡ଼ିଶାରେ ପୁଣି ବାତ୍ୟା !

ଓଡ଼ିଶାରେ ପୁଣି ବାତ୍ୟା !

by Admin
0 comment

ପୁଣି ହେବ କି ବାତ୍ୟା । ଓଡ଼ିଶାରେ ପୁଣି ଏକ ବାତ୍ୟାକୁ ନେଇ ଏବେ ଆଶଙ୍କା କରୁଛନ୍ତି ଓଡ଼ିଶାବାସୀ ।
ଦକ୍ଷିଣ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଆସନ୍ତା ମେ’ ୫ ବେଳକୁ ଏହି ଲଘୁଚାପ ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇପାରେ ବୋଲି କହିଛି ପାଣିପାଗ ବିଭାଗ । ଏପରି କି ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗ ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ।

ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ, ଦକ୍ଷିଣ ବଙ୍ଗୋସାଗରରେ ମେ’ ୫ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ କହିବା ମୁତାବକ, କେବ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ଯଦିଓ ତାହା ସ୍ପଷ୍ଟ ହୋଇନି । ତଥାପି ମେ’ ବେଳକୁ ଏଭଳି ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଲଘୁଚାପ ହେଲେ ଏହାର ପ୍ରଭାବ ଓଡ଼ିଶା ଓ ଏହାର ଆଖପାଖ ଅଞ୍ଚଳରେ ପଡବନି ବୋଲି ଆଇଏମଡି ଡିଜି କହିଛନ୍ତି । ତେବେ ଆଣ୍ଡାମାନ ଦ୍ୱୀପରେ ଏହାର ପ୍ରଭାବ ବୋଲି ସେ କହିଛନ୍ତି ।

ମତ୍ସଜୀବୀମାନେ ସେହି ସମୟରେ ଦକ୍ଷିଣ ବଙ୍ଗୋପସାଗରକୁ ନ ଯିବାକୁ ସତର୍କ କରାଇସାରିଲାଣି ପାଣିପାଗ ବିଭାଗ । ଆସନ୍ତା ମେ’ ୧ତାରିଖ ବେଳକୁ ଏ ସମ୍ପର୍କରେ ସ୍ପଷ୍ଟ ହୋଇଯିବ ବୋଲି କହିଛନ୍ତି ଆଇଏମଡି ଡିଜି । ତେବେ ବାତ୍ୟା ସମ୍ପର୍କରେ ସବିଶେଷ ତଥ୍ୟ ନଆସିବା ପର୍ଯ୍ୟନ୍ତ ଲୋକଙ୍କୁ ଭୟଭୀତ ନହେବାକୁ କହିଛନ୍ତି ଶ୍ରୀ ମହାପାତ୍ର । ସ୍ଥିତି ଉପରେ ଆଇଏମଡି ତୀକ୍ଷ୍ମ ନଜର ରଖିଛି । ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲେ ସଠିକ୍ ଭାବେ ବାତ୍ୟାର ତଥ୍ୟ ଦିଆଯିବ ବୋଲି କହିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।

ସେହିପରି ପାଣିପାଗ ବିଶେଷଜ୍ଞଙ୍କ କହିବା ମୁତାବକ ପ୍ରତିବର୍ଷ ଓଡ଼ିଶାରେ ବାତ୍ୟା ଓ ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ଘଟୁଛି । ମେ’ରୁ ଜୁନ୍ ମଧ୍ୟରେ ପ୍ରଳୟ ରଚୁଛି ବାତ୍ୟା ନଚେତ୍ ବନ୍ୟା । ଅନେକ ଲୋକ ଏହାଦ୍ୱାରା ପ୍ରଭାବିତ ହେଉଥିବା ବେଳେ ଉଜୁଡି ଯାଉଛି ଅନେକ ସଂସାର । ଅନେକ ଘର ମାଟିରେ ମିଶୁଛି । ତେଣୁ ଓଡ଼ିଶା ପାଇଁ ବାତ୍ୟା କୌଣସି ନୂଆ କଥା ନୁହେଁ । ହେଲେ ଆଇଏମଡିର ପୂର୍ବାନୁମାନକୁ ଦେଖିଲେ ଓଡ଼ିଶାରେ ପୁଣି ଏକ ବାତ୍ୟାର ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc