Home Breaking News ମୁଖତାର ଅନସାରୀକୁ ୧୦ବର୍ଷ ଜେଲ୍

ମୁଖତାର ଅନସାରୀକୁ ୧୦ବର୍ଷ ଜେଲ୍

by Admin
0 comment

ଉତ୍ତର ପ୍ରଦେଶର ଗାଜିପୁର ବିଧାୟକ ମୁଖତାର ଅନସାରୀକୁ ୧୦ବର୍ଷ ଜେଲ । ଗ୍ୟାଙ୍ଗଷ୍ଟର ଆକ୍ଟ କେସରେ ୟୁପିର ଏମପି-ଏମଏଲଏ କୋର୍ଟ ବହୁଜନ ସମାଜବାଦୀ ପାର୍ଟି ବିଧାୟକ ମୁଖତାରକୁ ଜେଲ ସହ ୫ଲକ୍ଷ ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି । ୟୁପିର ପ୍ରଖ୍ୟାତ ଗ୍ୟାଙ୍ଗଷ୍ଟର ମୁଖତାର ଏବେ ବାନ୍ଦା ଜେଲରେ ବନ୍ଦୀ ଜୀବନ ବିତାଉଥିବା ବେଳେ ଆଜି ତା’ର ଶୁଣାଣୀ କରିଥିଲେ କୋର୍ଟ । ପରେ ତା’କୁ ୧୦ବର୍ଷ ସଶ୍ରମ କାରାଦଣ୍ଡ ସହ ୫ଲକ୍ଷ ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଏମପି-ଏମଏଲଏ କୋର୍ଟ ।

ସୂଚନା ମୁତାବକ ଗତ ୨୦୦୫ରେ ବିଜେପି ବିଧାୟକ କୃଷ୍ଣାନନ୍ଦ ରାୟଙ୍କୁ ହତ୍ୟା କରାଯାଇଥିଲା । ବିଜେପି ବିଧାୟକ କୃଷ୍ଣାନନ୍ଦ ରାୟଙ୍କ ସମେତ ୭ଜଣଙ୍କୁ ଏକାବେଳେ ହତ୍ୟା କରାଯାଇଥିଲା । ପରେ ମୁଖତାରର ଭାଇ ତଥା ଏମପି ଅଫଜଲ ଅନସାରୀ ଓ ମୁଖତାର ଅନସାରୀକୁ ଏହି ମାମଲାରେ ସମ୍ପୃକ୍ତ ଥିବା ଦର୍ଶାଇ ୨୦୦୭ରେ ଗିରଫ କରିଥିଲା ୟୁପି ପୋଲିସ । ୟୁପି ପୋଲିସର କହିବା ମୁତାବକ ଗତ ୨୦୦୫ ଜୁନ୍ ୨୯ରେ ତତ୍କାଳୀନ ବିଜେପି ବିଧାୟକ କୃଷ୍ଣାନନ୍ଦ ରାୟଙ୍କୁ କିଛି ଦୁର୍ବୁତ୍ତ ହତ୍ୟା କରିଥିଲେ । ଏହି ଗୁଳିକାଣ୍ଡରେ ମୋଟ୍ ୪ଶହ ରାଉଣ୍ଡ୍ ଫାୟାର କରିଥିଲେ ଦୁର୍ବୁତ୍ତ । ପରେ କୃଷ୍ଣାନନ୍ଦଙ୍କ ଶବ ବ୍ୟବଚ୍ଛେଦ କରାଯାଇଥିବା ବେଳେ ତାଙ୍କ ଶରୀରରୁ ମୋଟ୍ ୬୭ଟି ଗୁଳି ବାହାର କରିଥିଲେ ଡାକ୍ତର । ଏହି ଘଟଣାରେ ମାଷ୍ଟରମାଇଣ୍ଡ୍ ଥିବା ଉଭୟ ମୁଖତାର ଓ ଅଫଜଲ ସାରୀ ଦୁଇଭାଇଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଗିରଫ କରିଥିଲା ୟୁପି ପୋଲିସ ।

ମୁଖତାରର ଭାଇ ତଥା ଏମପି ଅଫଜଲ ଅନସାରୀ ମାମଲା ବିଚାରାଧୀନ ଥିବା ବେଳେ ତା’କୁ ଏଯାବତ୍ କୌଣସି ଦଣ୍ଡ ମିଳିନଥିବା ଜଣାପଡ଼ିଛି । କୋର୍ଟ ଏବେ ବି ତା’ ବିରୋଧରେ ରୁଜୁ ହୋଇଥିବା ବିଭିନ୍ନ ମାମଲାର ଶୁଣାଣୀ କରୁଛନ୍ତି । ହେଲେ ପରିତାପର ବିଷୟ ତା’ର ଭାଇ ଅଫଜଲକୁ ଅଧିକ ସଜ୍ଜା ହୋଇପାରେ ବୋଲି ଅନୁମାନ କରାଯାଉଛି । ଯଦି ଅଫଜଲକୁ ୨ବର୍ଷ କିମ୍ବା ଏଥିରୁ ଅଧିକ ଜେଲଦଣ୍ଡ ହୁଏ ତେବେ ତା’ର ସାଂସଦ ପଦ ରଦ୍ଦ ହେବା ନିଶ୍ଚୟ । ଅଫଜଲ ମଧ୍ୟ ବିଏସପିର ଜଣେ ସାଂସଦ । ପୋଲିସ ମାମଲାର ଯାଞ୍ଚ୍ କରିବା ବେଳେ ଗ୍ୟାଙ୍ଗଷ୍ଟର ଆକ୍ଟରେ ମୁଖତାରକୁ ଦୋଷୀ ସାବ୍ୟସ୍ତ କରି ଜେଲ ପଠାଇଥିଲା । ପରେ ଏହି ମାମଲାର ଶୁଣାଣି କରିବା ସହ ମୁଖତାରକୁ ୧୦ବର୍ଷ ଜେଲ ଦଣ୍ଡ ହୋଇଛି ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc