ଦେଶରେ ଦିନକୁ ଦିନ ବଢିବାରେ ଲାଗିଛି ଖରାର ପ୍ରକୋପ । ଖରାର ପ୍ରକୋପ କାରଣରୁ ଲୋକମାନଙ୍କ ପାଇଁ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି । ପଶୁପକ୍ଷୀମାନେ ମଧ୍ୟ ଖରାର ଦାଉରେ ଡହକ ବିକଳ ହେଉଛନ୍ତି । ଏହାରି ମଧ୍ୟରେ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଦେଖିବାକୁ ମିଳିଛିି ଏକ ହାତୀ ନିଜ ତୃଷା ମେଣ୍ଟାଇବା ପାଇଁ ନଳକୂପକୁ ଶୁଣ୍ଡରେ ମାରି ପାଣି ପିଉଛି ।
