ଫରେନ୍ ଏକ୍ସଚେଞ୍ଜ୍ ମ୍ୟାନେଜମେଣ୍ଟ୍ ଆଇନ୍ ଉଲ୍ଲଂଘନ ଅଭିଯୋଗରେ ବାଇଜୁସ୍ ଅଫିସରେ ରେଡ୍ କରିଛି ଇଡ଼ି । ଏପରିକି ବାଇଜୁସ ସିଇଓ ରବିଚନ୍ଦ୍ରନ୍ଙ୍କ କେତେକ ବିଶ୍ୱସ୍ତ କର୍ମଚାରୀଙ୍କ ଘରେ ଫେମା ଆଇନର ଉଲ୍ଲଂଘନ ପାଇଁ ଖୋଳତାଡ଼ କରିଛି ଏନଫୋର୍ସମେଣ୍ଟ୍ ଡାଇରେକ୍ଟୋରେଟ୍ । ରେଡ୍ ବେଳେ ଇଡିକୁ କାର୍ଯ୍ୟାଳୟର ବହୁ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ୍ ସହ ଡିଜିଟାଲ ଡାଟା ମିଳିଥିବା ଜଣାପଡ଼ିଛି । ରବୀଚନ୍ଦ୍ରନଙ୍କ ଘର ଓ ବାଇଜୁସର କାର୍ଯ୍ୟାଳୟ ସମେତ ଅନେକ ସ୍ଥାନରେ ଚଢାଉ ଜାରି ରଖିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଥିଙ୍କ୍ ଆଣ୍ଡ୍ ଲର୍ଣ୍ଣ୍ ପ୍ରାଇଭେଟ୍ ଲିମିଟେଡ୍ ନାଁରେ ପ୍ରତିଷ୍ଠିତ ବାଇଜୁସ୍ର ପ୍ରତିଷ୍ଠାତା ରବୀଚନ୍ଦ୍ରନ୍ ଦେଶ ବିଦେଶରେ ଅନେକ କ୍ଷାତି ଲାଭ କରିଛନ୍ତି ।
![](https://www.nirapekshya.com/wp-content/uploads/2023/04/ed_1662442475.jpeg)
ହେଲେ ସେ ବିଦେଶ ଅର୍ଥନୀତିର ଦୁରୁପଯୋଗ କରିଥିବା ଅଭିଯୋଗ ହେବା ପରେ ଇଡ଼ି ତାଙ୍କ ଘର ଓ କାର୍ଯ୍ୟାଳୟ ସମେତ ଅନେକ ସ୍ଥାନରେ ଚଢାଉ କରିବା ଆରମ୍ଭ କରିଛି । ଇଡ଼ିର ଅଭିଯୋଗ ମୁତାବକ ବାଇଜୁସ୍ ବେଆଇନ ଭାବେ ଏଫଡିଆଇଠାରୁ ୨୮ହଜାର କୋଟି ଟଙ୍କା ସଂଗ୍ରହ କରିଥିଲା । ଏହି ଅନଲାଇନ୍ ଏଜୁକେସନ ପୋର୍ଟାଲ ଏହି ସମୟ ମଧ୍ୟରେ ବିଦେଶରୁ ମଧ୍ୟ ୯ହଜାର ୭୫୪କୋଟି ଟଙ୍କା ସ୍ରଂଗହ କରିଥିବା ଅଭିଯୋଗ ହୋଇଛି । ବିଦେଶ ପ୍ରତ୍ୟକ୍ଷ ନିବେଶ ନାଁରେ ବାଇଜୁସ୍ ବିଜ୍ଞାପନ ଓ ବିପଣନ ଖର୍ଚ୍ଚ ବାବଦକୁ ୯୪୪କୋଟି ଟଙ୍କା ଖର୍ଚ୍ଚ କରିଥିବା ଇଡିକୁ ରିପୋର୍ଟ ପ୍ରଦାନ କରିଛି । ହେଲେ ବାଇଜୁସ୍ ୨୦୨୦-୨୧ ବର୍ଷରେ କେତେ ଟଙ୍କା କେଉଁ ବାବଦକୁ ଖର୍ଚ୍ଚ କରିଛି ସେ ସମ୍ପର୍କରେ କୌଣସି ତଥ୍ୟ ଦେଇନାହିଁ ।
![](https://www.nirapekshya.com/wp-content/uploads/2023/04/IMAGE_1645102584.jpg)