ଓଡ଼ିଶାରେ ପ୍ରତିବର୍ଷ ବଜ୍ରପାତ, ବନ୍ୟା ଓ ପବନ ସାଙ୍ଗକୁ ଅଂଶୁଘାତ ଭଳି ପ୍ରାକୃତିକ ବିପର୍ଯ୍ୟୟ ଘଟୁଛି । ମାତ୍ର ଗୋଟିଏ ବର୍ଷରେ ଗଲାଣି ୧୯୪ଜଣଙ୍କ ଜୀବନ । ମୋଟ୍ ମୃତ୍ୟୁର ପ୍ରାୟ ୯୦ ପ୍ରତିଶତ କେବଳ ବଜ୍ରପାତ ଯୋଗୁଁ ହୋଇଛି । କେବଳ ୨୦୨୨ରେ ବଜ୍ରପାତରେ ୧୬୮ଜଣଙ୍କ ଜୀବନ ଯାଇଥିବା କହିଛି ଆଇଏମଡି । ଆଇଏମଡ଼ିର ରିପୋର୍ଟ ମୁତାବକ ଓଡ଼ିଶା କ୍ଲାଇମେଟ୍ ସ୍ପେଟମେଣ୍ଟ୍-୨୦୨୨’ରେ ଏହି ତଥ୍ୟ ଦିଆଯାଇଛି ।


ବନ୍ୟା ଓ ପ୍ରବଳ ବର୍ଷା ଯୋଗୁଁ ୧୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ହିଟ୍ ୱେଭରେ ୧୨ଜଣଙ୍କର ପ୍ରାଣହାନୀ ଘଟିଛି । ସେହିପରି ଅନ୍ୟାନ୍ୟ ଘଟଣାରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବଜ୍ରପାତଜନିତ ମୃତ୍ୟୁ ଏକ ଆହ୍ୱାନ ପାଲଟିଛି । ରାଜ୍ୟ ସରକାର ବିପର୍ଯ୍ୟୟ ପରିଚାଳନା ଓ ଶୂନ୍ୟ ଜୀବନହାନୀକୁ ମୂଳମନ୍ତ୍ର କରିଛନ୍ତି । ଅନ୍ୟ ବିପର୍ଯ୍ୟୟଗୁଡ଼ିକରେ ବିଭିନ୍ନ ରାଜ୍ୟ ତୁଳନାରେ ଓଡ଼ିଶାର ସଫଳତା ମଧ୍ୟ ବହୁ ଆଗରେ ରହିଛି ବୋଲି କହିଛି ଆଇଏମଡି । ହେଲେ ବିପର୍ଯ୍ୟୟଜନିତ ମୃତ୍ୟୁ ରାଜ୍ୟ ପାଇଁ ବଡ଼ ବିପର୍ଯ୍ୟୟ ସାଜିଛି । କେମିତି ଏହି ମୃତ୍ୟୁକୁ ରୋକିହେବ ସେନେଇ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ନିଜ ହଜିଗଲାଣି । ୨୦୨୧ରେ ବଜ୍ରପାତଜନିତ ମୃତ୍ୟୁରେ ଓଡ଼ିଶା ସମଗ୍ର ଦେଶରେ ଶୀର୍ଷରେ ଥିବା ବେଳେ କିଭଳି ଏହାକୁ ରୋକିହେବ ସେ ନେଇ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଚିନ୍ତାରେ ପଡ଼ିଯାଇଛନ୍ତି ।

