କମ୍ ମାର୍କ ପାଇଁ ମିଳିଲାନି ଘରଭଡ଼ା । ଦ୍ୱାଦଶରେ କମ୍ ମାର୍କ ରଖିଥିବା ଯୋଗୁଁ ମାଲିକ ନିଜ ଘର ଭଡ଼ାରେ ଦେବାକୁ ସ୍ପଷ୍ଟ ମନା କରିଦେଇଛନ୍ତି । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ବେଙ୍ଗାଲୁରୁରେ । ବେଙ୍ଗାଲୁରୁର ଜଣେ ଘର ମାଲିକ ଦ୍ୱାଦଶ ଶ୍ରେଣୀରେ ୭୫ପ୍ରତିଶତ ସ୍କୋର କରିଥିବା ବ୍ୟକ୍ତିଙ୍କୁ ତାଙ୍କ ଆପାର୍ଟମେଣ୍ଟ୍ ଦେବାକୁ ସ୍ପଷ୍ଟ ମନା କରିଦେଇଛନ୍ତି । ସୂଚନା ମୁତାବକ ଯୁବକ ଜଣଙ୍କୁ ପ୍ରଥମେ ଘରମାଲିକ ଘର ଭଡ଼ାରେ ଦେଇଥିଲେ ଏବଂ ପରବର୍ତ୍ତି ସମୟରେ ୯୦ପ୍ରତିଶତ ମାର୍କ ନରଖିଲେ ଘରୁ ବାହାର କରିଦେବେ ବୋଲି ସର୍ତ୍ତ ରଖିଥିଲେ ।

