କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ବିଷକନ୍ୟା ବୋଲି କହିଛନ୍ତି ବିଜେପି ବିଧାୟକ ୟତନାଲ । ଏକ ଜନସଭାକୁ ସମ୍ବୋଧିତ କରି ସୋନିଆଙ୍କ ବିରୋଧରେ ୟତନାଲ ଦେଇଛନ୍ତି ଏଭଳି ବିବାଦୀୟ ବୟାନ । ଯାହାକୁ ନେଇ ଏବେ ଦେଶର ରାଜନେୀତିରେ ସୃଷ୍ଟି ହୋଇଛି ବିରାଟ ଝଡ଼ । କର୍ଣ୍ଣାଟକ ବିଧାନସଭା ନିର୍ବାଚନକୁ ଆଉମାତ୍ର କେଇଦିନ ବାକିଥିବା ବେଳେ ଏହାପୂର୍ବରୁ ଆରମ୍ଭ ହୋଇଯାଇଛି ଆରୋପ ଓ ପ୍ରତ୍ୟାରୋପର ପର୍ବ । ଗତକାଲି କଂଗ୍ରେସର ବରିଷ୍ଠ ନେତା ତଥା ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖଡଗେ ମୋଦୀଙ୍କୁ ବିଷଧର ସାପ ବୋଲି କହିଥିଲେ ।
