ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଫିଲ୍ମ, କିସି କା ଭାଇ କିସି କି ଜାନ ବକ୍ସ ଅଫିସରେ ମାଟି କାମୁଡିଛି । ଅନେକ ଚେଷ୍ଟା ସତ୍ତ୍ୱେ ଫିଲ୍ମଟି ସଫଳତା ହାସଲ କରିପାରିନାହିଁ । ରିଲିଜ ହେବାର ପ୍ରଥମ ୩ ଦିନରେ କିଛିମାତ୍ରାରେ ଦର୍ଶକ ଦେଖିଥିବା ବେଳେ, ବର୍ତ୍ତମାନ ଫିଲ୍ମକୁ ଫ୍ଲପ୍ର ସାମ୍ନା କରିବାକୁ ପଡୁଛି ।

ସୂଚନାନୁସାରେ ଏପ୍ରିଲ ୨୧ ତାରିଖରେ ରିଲିଜ ହୋଇଥିଲା ସଲମାନ ଖାନଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ କିସି କା ଭାଇ କିସି କି ଜାନ । ନିର୍ଦ୍ଦେଶକ ଫରହାଦ୍ ସାଜମି ଫିଲ୍ମଟିକୁ ମୋଟ ୧୫୦ କୋଟି ଟଙ୍କା ବଜେଟ୍ରେ ନିର୍ମାଣ କରିଥିଲେ । ଏବଂ ଇଦ୍କୁ ନଜରରେ ରଖି ଫିଲ୍ମଟିକୁ ଇଦ୍ର ଗୋଟିଏ ଦିନ ପୂର୍ବରୁ ରିଲିଜ କରାଯାଇଥିଲା । କିନ୍ତୁ ବର୍ତ୍ତମାନ ଫିଲ୍ମଟି ସୁପର ଫ୍ଲପ୍ ସାବ୍ୟସ୍ତ ହୋଇଛି ।

ରିଲିଜର ସାତ ଦିନ ପରେ ମଧ୍ୟ ଫିଲ୍ମଟି ୧୦୦ କୋଟି କ୍ଲବରେ ସାମିଲ ହୋଇପାରିନାହିଁ । ପ୍ରଥମ ୩ ଦିନରେ ଫିଲ୍ମଟି ଭଲ ବ୍ୟବସାୟ କରି ୫୦ କୋଟି ଟଙ୍କା କଲେକ୍ସନ କରିଥିଲା । କିନ୍ତୁ ଅନ୍ୟ ଦିନ ମାନଙ୍କରେ ମାତ୍ର ୪୦ କୋଟି ଟଙ୍କା ଆୟ କରିଛି । ବର୍ତ୍ତମାନ ସୁଦ୍ଧା ଫିଲ୍ମଟି ଦେଶରେ ମାତ୍ର ୯୦ କୋଟି ଟଙ୍କା ଆୟ କରିଛି । ଅନ୍ୟପଟରେ ୱାଲ୍ଡ ୱାଇଡ ସ୍ତରରେ ମଧ୍ୟ ମାତ୍ର ୫୧ କୋଟି ଟଙ୍କା କଲେକ୍ସନ କରିଛି ।
