ବହୁ ଚର୍ଚ୍ଚିତ ଜିଆ ଖାନ୍ ମର୍ଡର କେସରେ ନିର୍ଦ୍ଦୋଶରେ ଖଲାସ ହୋଇଛନ୍ତି ପ୍ରଖ୍ୟାତ ବଲିଉଡ୍ ଅଭିନେତା ଆଦିତ୍ୟ ପଞ୍ଚୋଲିଙ୍କ ପୁଅ ସୁରଜ୍ । ସୂଚନା ମୁତବାକ ଗତ ଜୁନ୍ ୨୦୧୩ରେ ମୁମ୍ବାଇସ୍ଥିତ ଜିଆଙ୍କ ଘରେ ତାଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରିଥିଲା ପୋଲିସ । ୨୫ବର୍ଷିୟ ଜିଆ ପ୍ରଥମେ ଆତ୍ମହତ୍ୟା କରିଛନ୍ତି ବୋଲି କୁହାଯାଉଥିବା ବେଳେ ଜିଆଙ୍କ ମା’ କିନ୍ତୁ ଏହାକୁ ଏକ ହତ୍ୟାକାଣ୍ଡ ବୋଲି ଦାବି କରିଥିଲେ । ଆଦିତ୍ୟଙ୍କ ପୁଅ ସୁରଜ ତାଙ୍କ ଝିଅ ଜିଆଙ୍କୁ ହତ୍ୟା କରିଥିବା ଏଫଆଇଆରରେ ଉଲ୍ଲେଖ କରିଥିଲେ ଜିଆଙ୍କ ମା’ ରାବିଆ ଖାନ୍ ।
