ଉତ୍ତରାଖଣ୍ଡର ପ୍ରସିଦ୍ଧ ଜିମ୍ କାର୍ବେଟ ଟାଇଗର ରିଜର୍ଭରେ ଥିବା ଏକ ବାଘର ଭିଡିଓଟି ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ବାଘଟି ଏକ ଟୁରିଷ୍ଟ ଗାଡିକୁ ଆକ୍ରମଣ କରୁଥିବାର ଦେଖିବାକୁ ମିଳିଛି ।
ସୂଚନାନୁସାରେ ଉତ୍ତରାଖଣ୍ଡ ଜିମ୍ କାର୍ବେଟ ଟାଇଗର ରିଜର୍ଭର ରାମନଗର ଫରେଷ୍ଟ ଡିଭିଜନରେ ଗୋଟିଏ ବାଘର ଆତଙ୍କ ଦେଖିବାକୁ ମିଳିଛି । ଜଙ୍ଗଲ ମଧ୍ୟରୁ ବାଘଟି ବାହାରି ଛୋଟ ଗଛ ମଧ୍ୟରେ ଲୁଚି ରହିଛି । ଏବଂ ସେହି ସମୟରେ ରାସ୍ତା ଯାଉଥିବା ଏକ ଟୁରିଷ୍ଟ ଗାଡିକୁ ଆକ୍ରମଣ କରିଛି ।

ବାଘ ଆକ୍ରମଣ କରିବା ସମୟର ଏକ ଭିଡିଓ କ୍ୟାମେରାରେ କଏଦ ହୋଇଛି । ଭିଡିଓରେ ଦେଖିବାକୁ ମିଳିଛି ବାଘଟି ପ୍ରଥମରୁ ରାଗିକି ରହିଛି । ଏବଂ ବାଘକୁ ଦେଖିବା ପରେ ସଫାରି ଗାଡିରେ ବସିଥିବା ଲୋକମାନେ ତାଙ୍କୁ ଚିଡାଉଛନ୍ତିି । ଯେଉଁଥିରେ ବାଘଟି ରାଗିଯାଇ ସେମାନଙ୍କୁ ଆକ୍ରମଣ କରୁଛି । ଏବଂ ଟୁରିଷ୍ଟ ମାନେ ଡରିଯାଇ ଚିଲାଉଛନ୍ତି । ବାଘ ଆକ୍ରମଣରେ କାହାର କ୍ଷତି ହୋଇନଥିବା ବେଳେ, ବାଘଟି ମଧ୍ୟ କିଛି ସମୟ ପରେ ପୁଣି ଜଙ୍ଗଲକୁ ଚାଲିଯାଉଛି । କିନ୍ତୁ ଭିଡିଓଟି ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।
