ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବିଷଧର ସାପ ,ମନ୍ତବ୍ୟ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ଯଦି ତାଙ୍କ ମନ୍ତବ୍ୟ କାହାକୁ ଆଘାତ ଦେଇଥାଏ, ସେଥିପାଇଁ ସେ ଦୁଖିତଃ ବୋଲି କହିଛନ୍ତି । କର୍ଣ୍ଣାଟକରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବା ସମୟରେ ପ୍ରଧାନମନ୍ତ୍ରୀଙ୍କୁ ବିଷଧର ସାପ ସହ ତୁଳନା କରିଥିଲେ । ଖଡଗେଙ୍କ ଏହି ମନ୍ତବ୍ୟ ପରେ ବିଜେପି ତାଙ୍କୁ ଓ ଦଳ କଂଗ୍ରେସକୁ କଡା ସମାଲୋଚନା କରିଥିଲେ ।
ଖଡଗେ ଖବର ଜାତୀୟ ଗଣମାଧ୍ୟମ କୁ ପ୍ରତିକ୍ରିୟା ଦେଇ କ୍ଷମା ପ୍ରାର୍ଥନା କରିଛନ୍ତି । ତାଙ୍କ ମନ୍ତବ୍ୟ ଯଦି କାହାକୁ କଷ୍ଟ ଦେଇଛି, ସେ ଏଥିପାଇଁ ଦୁଖିତଃ ବୋଲି କହିଛନ୍ତି । କହିଥିଲେ ତାଙ୍କର ଏହି ବିଷଧର ସାପ ମନ୍ତବ୍ୟ ବ୍ୟକ୍ତିଗତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ଦେଶ୍ୟରେ ନଥିଲା ବଂର ତାଙ୍କ ଭାରତୀୟ ଜନତା ପାର୍ଟିର ବିଚାରଧାରା ବିରୋଧରେ ଥିଲା ।
