ଉଭୟ ବିଜେପି ଓ ଆରଏସଏସ ପାଇଁ ମୁଁ ହେଉଛି କରୋନା ଭାଇରସ୍ । ଏଭଳି ଟିପ୍ପଣୀ ଦେଇଛନ୍ତି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ । ଦିଗବିଜୟଙ୍କର ଏଭଳି ବୟାନ ଏବେ ଦେଶର ରାଜନୀତିରେ ହଟଚମଟ ସୃଷ୍ଟି କରିଛି । ସୂଚନା ମୁତାବକ ମଧ୍ୟପ୍ରଦେଶ ଜଳ ସଂଶାଧନ ମନ୍ତ୍ରୀ ତୁଳସୀରାମ ସିଲାବଟ କିଛିଦିନ ପୂର୍ବରୁ ଦିଗବିଜୟ ସିଂଙ୍କୁ କଂଗ୍ରେସର କରୋନା ଭାଇରସ୍ ବୋଲି କହିଥିଲେ । ପରେ ସିଲାବଟଙ୍କ ଏଭଳି ଟିପ୍ପଣୀ ଉପରେ ପ୍ରତିକ୍ରିୟା ରଖି ଦିଗବିଜୟ ସିଂ କହିଛନ୍ତି କଂଗ୍ରେସ ନୁହେଁ ବିଜେପି ଓ ଆରଏସଏସ ପାଇଁ ମୁଁ ହେଉଛି କରୋନା ଭାଇରସ୍ । ସେହିପରି ଦିଗବିଜୟଙ୍କର ଏଭଳି ବୟାନ ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜେପିର ରାଜ୍ୟସଭା ସାଂସଦ ।
