ଆଜି ବସିବ ପ୍ରାକ୍ ମୌସୁମୀ ବାତ୍ୟା ମୁକାବିଲା ପ୍ରସ୍ତୁତି ବୈଠକ | ଏଥିରେ ମୁଖ୍ୟତଃ ବୈଷୟିକ ପ୍ରସ୍ତୁତି ଓ ପୁନରୁଦ୍ଧାର ପ୍ରସ୍ତୁତି ନେଇ ଆଲୋଚନା ହେବ | ମାର୍ଚ୍ଚରୁ ମେ’ ମଧ୍ୟରେ ହେଉଥିବା ବାତ୍ୟାକୁ ପ୍ରାକ୍ ମୌସୁମୀ ବାତ୍ୟା ବୋଲି କୁହାଯାଉଥିବା ବେଳେ ଏଥିପାଇଁ ଆଜି ମୁଖ୍ୟଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ହେବ। ବୈଠକରେ ଆଇଏମ୍ଡି ବାତ୍ୟା ସମ୍ପର୍କରେ ତଥ୍ୟ ରଖିବ। ଡପଲାର ରାଡାର ସମ୍ପର୍କରେ ମଧ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯିବ। ବାତ୍ୟା ସମୟରେ କିପରି ଟେଲିକମ୍ୟୁନିକେସନ ବ୍ୟବସ୍ଥା କାର୍ଯ୍ୟକାରୀ ହେବ ସେ ସମ୍ପର୍କରେ ଆଲୋଚନା ହେବ।
