ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲଙ୍କର ଗତକାଲି ବିଳମ୍ବିତ ରାତିରେ ଦେହାନ୍ତ ହୋଇଛି । ଶିରୋମଣି ଅକାଳି ଦଳର ପ୍ରତିଷ୍ଠାତା ହେଉଛନ୍ତି ପ୍ରକାଶ । ନିକଟରେ ସେ ନିଃଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା ହେବାରୁ ତାଙ୍କୁ ମୋହାଲିର ଫୋର୍ଟିସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୯୫ବର୍ଷ ବୟସ ହୋଇଥିଲା । ସେ ଦୀର୍ଘଦିନ ଧରି ବାର୍ଦ୍ଧକ୍ୟଜନିତ ସମସ୍ୟାରେ ପୀଡିତ ଥିଲେ । ବାର୍ଦ୍ଧକ୍ୟଜନିତ ସମସ୍ୟାରେ ଥାଇ ବି ରାଜନୀତିରେ ବେଶ୍ ରୁଚି ରଖିଥିଲେ ଏହି ଭେଟେରାନ୍ ନେତାଜଣଙ୍କ । ତାଙ୍କର ବିୟୋଗ ପରେ ପଞ୍ଜାବ ରାଜନୀତିରେ ଏକ ବଡ଼ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ।

