ପୁଣି ଚର୍ଚ୍ଚାରେ କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ କେ. ଈଶ୍ୱରପ୍ପା । ଈଶ୍ୱରପ୍ପା ମୁସଲମାନ୍ ଭୋଟ୍କୁ ନେଇ ଆପତ୍ତିଜନକ ଟିପ୍ପଣୀ ଦେଇଛନ୍ତି । ଈଶ୍ୱରପ୍ପା କହିଛନ୍ତି ଆମକୁ ମୁସଲମାନ୍ ଭୋଟ୍ ର କୌଣସି ଆବଶ୍ୟକତା ନାହିଁ । ମେ’ ୧୦ରେ କର୍ଣ୍ଣାଟକ ବିଧାନସଭା ଅନୁଷ୍ଠିତ ହେବାକୁ ଥିବା ବେଳେ ଠିକ୍ ଏହାର କେଇଦିନ ପୂର୍ବରୁ ଏଭଳି ଆପତ୍ତିଜନକ ଟିପ୍ପଣୀ ଦେବା ଏବେ କର୍ଣ୍ଣାଟକ ରାଜନୀତିରେ ସୃଷ୍ଟି କରିଛି ହଇଚଇ । ଗତକାଲି କର୍ଣ୍ଣାଟକର ଶିବମୋଗାର ବିନୋବା ନଗରରେ ଅନୁଷ୍ଠିତ ଏକ ସଭାରେ ଜନତାଙ୍କୁ ସମ୍ବୋଧିତ କରିଥିଲେ କେ. ଈଶ୍ୱରପ୍ପା ।

ଏହି ସମୟରେ ସେ କହିଥିଲେ ଶିବମୋଗା ସହରରେ ୬୦ହଜାର ମୁସଲମାନ ଭୋଟର ଅଛନ୍ତି । ହେଲେ ଆସନ୍ତା ବିଧାନସଭା ନିର୍ବାଚନରେ ଆମ ଦଳକୁ ସେମାନଙ୍କର ଭୋଟର କୌଣସି ଆବଶ୍ୟକତା ନାହିଁ । ଆମକୁ ସବୁ ଜାତିର ଲୋକଙ୍କ କଥା ଚିନ୍ତା କରିବା ଦରକାର । ବିଜେପି ସରକାରରେ ମୁସଲାମ ସମ୍ପ୍ରଦାୟ କେତେ ପରିମାଣରେ ଉପକୃତ ହୋଇଛନ୍ତି ସେ ବିଷୟରେ ସେମାନଙ୍କୁ ଚିନ୍ତା କରିବା ଦରକାର ।
