ଆଇପିଏଲ ୧୬ର ଏବେ ଚାଲିଛି ଲିଗ ପର୍ଯ୍ୟାୟ ,ଗୋଟିଏ ପରେ ଗୋଟିଏ ମ୍ୟାଚ ହେଉଛି ବେଶ ରୋମାଞ୍ଚକର ,କେଉଁଠି ଏକ୍ସପେରିଏନ୍ସ ବ୍ୟାଟରଙ୍କୁ ନବାଗତ ବୋଲର ଚକମା ଦେଉଛନ୍ତି ତ କେବେ ଦିଗଜ ଖେଳାଳୀଙ୍କ ଦମଦାର ପ୍ରଦର୍ଶନ ଦେଖିବାକୁ ମିଳୁଛି। ଆଇପିଏଲରେ ପ୍ରତିଟି ମ୍ୟାଚ ବେଶ ରୋମାଞ୍ଚକର ହେଉଛି ,ହେଲେ ଆଜି ଆମେ ଏମିତି ୧୦ ଖେଳାଳିଙ୍କ କଥା କହିବୁ, ଯାହାଙ୍କ ଭାଗ୍ୟ ଚେନ୍ନାଇ ଏବଂ ଧୋନିଙ୍କ ନେତୃତ୍ୱରେ ବଦଳି ଯାଇଛି। ଏପରିକି ଟି-୨୦ରେ ସୁପରଷ୍ଟାର ବନିଯାଇଛନ୍ତୀ ଖେଳାଳୀ ।
ଏହି ତାଲିକାର ପ୍ରଥମରେ ଅଜିଙ୍କ୍ୟା ରାହାଣେ, ରାହାଣେ ଏବେ ଭାରତୀୟ ଦଳର ତିନି ଫର୍ମାଟରୁ ବାହାରେ ଅଛନ୍ତି ,ଏପରିକି କୌଣସି ଫ୍ରାଞ୍ଚାଇଜ ତାଙ୍କୁ କିଣିବାକୁ ଇଛା ପ୍ରକାଶ କରିନଥିଲେ, ହେଲେ ଶେଷରେ ଚେନ୍ନାଇ ରାହାଣେଙ୍କୁ ନିଜ ଟିମରେ ସାମିଲ କରିଥିଲା ,ଏବେ ରାହାଣେ ପ୍ରତି ମ୍ୟାଚ ଧୁଆଁଧାର ଧୁଲେଇ କରୁଛନ୍ତି ,୫ମ୍ୟାଚ ଖେଳି ୨ଟି ଅର୍ଦ୍ଧଶତକ ସହ ୨୦୯ ରନ କରିଛନ୍ତି ।
ଅଧିକ ପଢନ୍ତୁ
ଦ୍ଵିତୀୟ ଖେଳାଳୀ ହେଉଛନ୍ତି ରବିନ୍ଦ୍ର ଜାଡେଜା, ଜାଡେଜା ପୂର୍ବରୁ ରାଜସ୍ଥାନ ପାଇଁ ଖେଳୁଥିଲେ, ପରେ ଚେନ୍ନାଇ ଟିମରେ ସାମିଲ ହୋଇଥିଲେ, ସେବେଠାରୁ ଜାଡେଜାଙ୍କ ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି | ସେନ ଓ୍ଵାଟସନ ଅଷ୍ଟ୍ରେଲିୟା ଟିମରେ ଏହି ଦୁର୍ଦ୍ଧର୍ଷ ବ୍ୟାଟର କ୍ୟାରିଅର ଶେଷ ସମୟରେ ଧୋନିଙ୍କ ଟିମରେ ସାମିଲ ହୋଇ ଧମାକାଦାର ପ୍ରଦର୍ଶନ ଦେଇଛନ୍ତି। ଏପରିକି ଆଇପିଏଲ ବିଜୟୀ ଟିମର ସାମିଲ ହୋଇଛନ୍ତି ଓ୍ଵାଟସନ, ପୂର୍ବରୁ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ଖେଳୁଥିଲେ ଓ୍ଵାଟସନ।
ମୋଇନ ଅଲ୍ଲୀ ଆରସିବିରେ ଖେଳୁଥିଲେ ଖରାପ ପ୍ରଦର୍ଶନ ପାଇଁ ଅଧା ମ୍ୟାଚ ବେଞ୍ଚରେ ବସୁଥିଲେ ମୋଇନ ଅଲ୍ଲୀ ଚେନ୍ନାଇ ଟିମରେ ସାମିଲ ହୋଇ ଉପରେ ବ୍ୟାଟିଂ ସହ ବୋଲିଂ ବି କମାଲ କରୁଛନ୍ତି ମୋଇନ ଅଲ୍ଲୀ | ଡ୍ଵଏନ ବ୍ରାଭୋ ଚେନ୍ନାଇ ପାଇଁ ଖେଳି ତାଙ୍କର ଚମକ ଫେରିପାଇଛନ୍ତି ,ଏପରିକି ଡେଥ୍ ଓଭର ସ୍ପେଶାଲିଷ୍ଟ ଭାବରେ ଏବେ ବ୍ରାଭୋ ବେସ ପ୍ରସିଦ୍ଧି ଲାଭ କରିଛନ୍ତି। ଏବେ ଚେନ୍ନାଇର କୋଚିଂ ଦାଇତ୍ଵରେ ଅଛନ୍ତି ଏହି ଭେଟେରାନ ଖେଳାଳୀ ।
ସେପଟେ ସାରଦୁଲ ଠାକୁର ଚେନ୍ନାଇରେ ଖେଳିବା ପରେ ତାଙ୍କ ଭାଗ୍ୟ ଖୋଲିଥିଲା ପରେ ଟିମ ଇଣ୍ଡିଆର ରେଗୁଲାର ବୋଲର ଭାବରେ ତାକୁ ସୁଯୋଗ ମିଳିଥିଲା, ଏଥର ଆଇପିଏଲରେ ଦାମି ଖେଳାଳୀ ଭାବରେ କେକେଆର ନିଜ ଟିମରେ ସାମିଲି କରିଛି । ଶିବମ ଦୁବେ ପୂର୍ବରୁ ଆରସିବି ପାଇଁ ଖେଳି କିଛି ଖାସ କରିପାରୁନଥିବା ବେଳେ ଏବେ ଦୁବେଙ୍କ ବ୍ୟାଟରୁ ଛକା ଚଉକା ବର୍ଷା ହେଉଛି ।
ଆହୁରି ପଢନ୍ତୁ