ଭାରତର ବିଶିଷ୍ଟ ଶୀଳ୍ପପତି ରତନ ଟାଟାଙ୍କୁ ମିଳିଛି ଅଷ୍ଟ୍ରେଲିଆର ସର୍ବୋଚ୍ଚ ନାଗରିକ ସମ୍ମାନ । ଅଷ୍ଟ୍ରେଲିଆ ରାଷ୍ଟ୍ରଦୂତ ବେରି ଓ ଫାରେଲ ଟାଟାଙ୍କୁ ‘ଅର୍ଡର ଅଫ୍ ଅଷ୍ଟ୍ରେଲିଆ’ ସମ୍ମାନ ପ୍ରଦାନ କରାଯାଇଥିବା କହିଛନ୍ତି । ଏହାସହ ଫାରେଲ କହିଛନ୍ତି, ରତନ ଟାଟାଙ୍କ ଅବାଦନ ଅଷ୍ଟ୍ରେଲିଆ ଉପରେ ଏକ ମହତ୍ତ୍ୱପୂର୍ଣ୍ଣ ପ୍ରଭାବ ପକାଇଛି । ଅଷ୍ଟ୍ରେଲିଆ-ଭାରତ ଦ୍ୱିପାକ୍ଷିକ ସମ୍ପର୍କ ବିଶେଷକରି ବାଣିଜ୍ୟ, ପୁଞ୍ଜି ବିନିଯୋଗ ଓ ସମାଜସେବା କ୍ଷେତ୍ରରେ ଅବଦାନ ପାଇଁ ରତନ ଟାଟାଙ୍କୁ ଅର୍ଡର୍ ଅଫ୍ ଅଷ୍ଟ୍ରେଲିଆର ଜେନେରାଲ ଡିଭିଜନରେ ସମ୍ମାନିତ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି । ଅଷ୍ଟ୍ରେଲୀୟ ରାଷ୍ଟ୍ରଦୂତ ବେରି ଓ ଫାରେଲ କହିଛନ୍ତି, ରତନ ଟାଟା କେବଳ ଭାରତର ଜଣେ ବରିଷ୍ଠ ଶିଳ୍ପପତି ନୁହଁନ୍ତି ଅଷ୍ଟ୍ରେଲିଆରେ ମଧ୍ୟ ତାଙ୍କର ଅବଦାନ ବହୁ ଗୁରୁତ୍ୱପୂର୍ଣ୍ଣ ।
