ପୁଣିଥରେ ଟିମ ଇଣ୍ଡିଆକୁ କମବ୍ୟାକ କରିଛନ୍ତି ଅଜିଙ୍କ୍ୟା ରାହାଣେ, ଆଇପିଏଲରେ ଦମଦାର ପ୍ରଦର୍ଶନ ପାଇଁ ରାହାଣେଙ୍କୁ ମିଳିଛି ବଡ ସୁଯୋଗ। ପୂର୍ବରୁ ଖରାପ ପ୍ରଦର୍ଶନ ପାଇଁ ଟିମ ଇଣ୍ଡିଆର ବାହାରେ ଥିଲେ ରାହାଣେ ,ଏବେ ଆଇପିଏଲରେ ଦମଦାର ପ୍ରଦର୍ଶନ ପାଇଁ ତାଙ୍କୁ ବିସିସିଆଇ ଚୟନକର୍ତା ଭରଷା ଦେଖାଇଛନ୍ତି। ଏପରିକି ଆଗାମୀ ଜୁନ ମାସରେ ହେବାକୁ ଥିବା ବିଶ୍ଵ ଟେଷ୍ଟ ଚମ୍ପିୟାନସିପରେ ରାହାଣେଙ୍କୁ ମିଳିବ ସୁଯୋଗ। ସୂଚନା ଅନୁସାରେ ରାହାଣେ ଭାରତ ପାଇଁ ୮୨ ଟି ଟେଷ୍ଟ ମ୍ୟାଚ ଖେଳିସାରିଛନ୍ତି। ହେଲେ ଫର୍ମ ଭଲ ନଥିବାରୁ ଜାନୁଆରୀ ମାସରେ ଶେଷ ଥର ପାଇଁ ତାଙ୍କୁ ବ୍ଲୁ ଜର୍ସିରେ ଦେଖିବାକୁ ମିଳିଥିଲା।

ହେଲେ ଖରାପ ଫର୍ମରେ ଥିବା ସୂର୍ଯ୍ୟ କୁମାର ଯାଦବଙ୍କୁ ଟିମରୁ ବାହାର କରିଦିଆଯାଇଛି। ନିକଟରେ ସୂର୍ଯ୍ୟ କୁମାର ଯାଦବଙ୍କୁ ଭାରତୀୟ ଟେଷ୍ଟ ଦଳରେ ସାମିଲ କରାଯାଇଥିଲା। ହେଲେ ସୂର୍ଯ୍ୟ କୁମାର ଏବେ ଭଲ ଫର୍ମରେ ନାହାନ୍ତି ସେଥିପାଇଁ ତାଙ୍କୁ ବାଦ୍ ଦେଇଛି ଦଳ। ଏହାସହ ଆହତ ଥିବା ଆୟାର ମଧ୍ୟ ବାଦ ପଡିଛନ୍ତି। ସେପଟେ ସାରଦୁଲ ଠାକୁରଙ୍କୁ ଦିଆଯାଇଛି ସୁଯୋଗ। କୁଲଦିପ୍ ଯାଦବ ଏବଂ ଇସାନ କିଶାନଙ୍କୁ ମଧ୍ୟ ଟେଷ୍ଟ ଚମ୍ପିୟାନସିପ ଟିମରେ ସାମିଲ କରାଯାଇନାହିଁ ।
ଏବେ ଆହତ ଆୟାରଙ୍କ ସ୍ତାନରେ ଖେଳିବେ ରାହାଣେ, ରାହାଣେ ଆଇପିଏଲରେ ଚେନ୍ନାଇ ପାଇଁ ୫ ମ୍ୟାଚ ଖେଳି ୨୦୯ ରନ କରିଛନ୍ତି ,ଯେଉଥିରେ ୨ଟି ଅର୍ଧଶତକ ସାମିଲି ରହିଛି।
