ପୁଣିଥରେ କାୟା ମେଲାଇଲାଣି କରୋନା । ଦେଶରେ ବଢିଚାଲିଛି କରୋନା ସଙ୍କ୍ରମିତଙ୍କ ସଂଖ୍ୟା । ସେହିପରି ଓଡ଼ିଶାରେ ମଧ୍ୟ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବଢିଚାଲିଛି । ଏଣୁ ରାଜ୍ୟରେ କୋଭିଡ୍ ସଙ୍କ୍ରମଣକୁ ଦୃଷ୍ଟିରେ ରଖି ପୁଣି ମାସ୍କ୍କୁ ବାଧ୍ୟତାମୂଳକ କରାଯାଇଛି । ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ନିର୍ଦ୍ଦେଶ ଜାରି ହୋଇଛି ।

ରାଜ୍ୟ ତଥା ଦେଶରେ ବଢୁଥିବା କୋଭିଡ୍ ମାମଲାକୁ ନଜରରେ ରଖି ଏଭଳି ନିଷ୍ପତି ନେଇଛନ୍ତି ସରକାର । ହେଲେ ସ୍ୱାସ୍ଥ୍ୟସେବା ପ୍ରଦାନ କରୁଥିବା ସମସ୍ତ ସଙ୍ଗଠନଗୁଡିକ ପାଇଁ ଏହି ନିୟମ ଲାଗୁ କରାଯାଇଛି । ଏହାଦ୍ୱାରା ସମସ୍ତ ଚିକିତ୍ସକ, ସ୍ୱାସ୍ଥ୍ୟସେବା ଅଧିକାରୀ, ସ୍ୱାସ୍ଥ୍ୟକର୍ମୀ ଓ ପରୀକ୍ଷାଗାର କର୍ମଚାରୀଙ୍କ ପାଇଁ ମାସ୍କ୍ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।
