ଝାଡଖଣ୍ଡରେ ଓଡିଶା ଯୁବକଙ୍କୁ ବୀଭତ୍ସ ହତ୍ୟା । ହତ୍ୟା ପରେ ଗଣ୍ଡିରୁ ମୁଣ୍ଡକୁ ଅଲଗା କରି ଖଣ୍ଡ ଖଣ୍ଡ କରି ଦେଲେ ଅଭିଯୁକ୍ତ । ଶରୀର ଖଣ୍ଡକୁ ବ୍ୟାଗରେ ଭର୍ତ୍ତି କରି ବିଭିନ୍ନ ସ୍ଥାନରେ ଫୋପାଡି ଦେଲେ ଦମ୍ପତି । ଥାନାରେ ଅଭିଯୋଗ ପରେ ଝାଡଖଣ୍ଡ ଜାମସେଦପୁରର ଦମ୍ପତିଙ୍କୁ ଗିରଫ କରିଛି ପୋଲିସ । ମୃତକ ଜଣଙ୍କ ହେଉଛନ୍ତି ରାଇରଙ୍ଗପୁର ଓ୍ବାର୍ଡ ନମ୍ବର 7ର ଡମ୍ବରୁଧର ମହାନ୍ତି । ଗତ 13 ତାରିଖରୁ ସେ ନିଖୋଜ ଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି । ତେବେ କେଉଁ କାରଣରୁ ଡମ୍ବରଙ୍କୁ ହତ୍ୟା କରାଗଲା ସେନେଇ ପୋଲିସ ତଦନ୍ତ ଜାରି ରଖିଛି । ଗିରଫ ଅଭିଯୁକ୍ତ ହେଉଛନ୍ତି କମଳାକାନ୍ତ ସାଗର ଓ ତାଙ୍କ ସ୍ତ୍ରୀ ଖୁସବୁ ସାଗର ।

ପୋଲିସ ସୂଚନା ନୁଯାୟୀ, ଗତ 13 ତାରିଖରେ ନିଖୋଜ ଥିଲେ ଡମ୍ବରୁଧର । ଏନେଇ ତାଙ୍କ ସ୍ତ୍ରୀ ଇନୁଶ୍ରୀ ମହାନ୍ତି ରାଇରଙ୍ଗପୁର ପୋଲିସ ଷ୍ଟେସନରେ ନିଖୋଜ ଅଭିଯୋଗ କରିଥିଲେ । ଏହା ପରେ ରାଇରଙ୍ଗପୁରର ଆଇଆଇସି ସ୍ୱର୍ଣ୍ଣଲତା ମିଞ୍ଜିଙ୍କ ନେତୃତ୍ୱରେ ଏକ ଦଳ ଗଠନ କରାଯାଇଥିଲା । ଏହାପରେ ପୋଲିସ ଜାଣିବାକୁ ପାଇଥିଲା ଯେ ଡମ୍ବରୁଧର ଜାମସେଦପୁର ସୋନାରିରେ ରହୁଥିବା ଖୁସବୁ ସାଗରଙ୍କ ଘରକୁ ଅନେକ ସମୟରେ ଯାଆସ କରିଥାନ୍ତି । ତାଙ୍କ ସହ ଡମ୍ବରୁଧରଙ୍କର ଅନୈତିକ ସମ୍ପର୍କ ମଧ୍ୟ ରହିଥିଲା ।
