ତେଲେଙ୍ଗାନାରେ ମୁସଲିମ୍ କୋଟାକୁ ନେଇ ବଡ଼ ବୟାନ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା । ଯଦି ତେଲେଙ୍ଗାନାରେ ବିଜେପି ସରକାର ଗଠନ କରେ ତେବେ ଶେଷ ହେବ ମୁସଲିମ୍ କୋଟା । ରବିବାର ହାଇଦ୍ରାବାଦ ନିକଟ ଚେଭଲାଠାରେ ଆୟୋଜିତ ବିଜୟ ସଙ୍କଳ୍ପ ସଭାରେ ଶାହା ଦେଇଥିବା ଏହି ମନ୍ତବ୍ୟକୁ ନେଇ ସୃଷ୍ଟି ହୋଇଛି ରାଜନୈତୀକ ଝଡ । ମୁହାଁମୁହିଁ ହୋଇଛନ୍ତି ଏଆଇଏମଆଇଏମ୍ ମୁଖ୍ୟ ଆସାଦୁଦ୍ଦିନ୍ ଓୱେସି ଓ ଗୃହମନ୍ତ୍ରୀ ଅମିତ୍ ଶାହା । ଅମିତ୍ ଶାହାଙ୍କ ଏଭଳି ଟିପ୍ପଣୀକୁ ନେଇ ପାଲଟା ଆକ୍ରମଣ କରିଛନ୍ତି ଓୱେସିି । ତେଲେଙ୍ଗାନାର ମୁସଲମାନ ସମ୍ପ୍ରଦାୟ ସମ୍ପ୍ରଦାୟ ସମ୍ପର୍କରେ ବିଜେପି ଦେଇଥିବା ଏଭଳି ଟିପ୍ପଣୀ ଅଭଦ୍ରଜନକ । ମୁସଲମାନଙ୍କ ବିରୋଧରେ କେବଳ ଅଭଦ୍ର ଭାଷା ପ୍ରୟୋଗ କରିବା ଛଡ଼ା ବିଜେପି ପାଖରେ ଆଉ କୌଣସି ମୁଦ୍ଦା ନାହିଁ ।
