ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହୋଇଛି ଜି-୨୦ ସମ୍ମିଳନୀ । ଏହାକୁ ଉଦଘାଟନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭୁବନେଶ୍ୱରସ୍ଥିତ ଜି-୨୦ ‘ଶିକ୍ଷା ୱାର୍କିଂ ଗ୍ରୁପ୍’ର ତୃତୀୟ ବୈଠକ ପୂର୍ବରୁ ଆଇଆଇଏମଟି ପରିସରରେ ଆୟୋଜିତ ଜି-୨୦ ଭାରତ ଭବିଷ୍ୟତର କାର୍ଯ୍ୟଶୈଳୀ ଓ ଦକ୍ଷତା ପ୍ରଦର୍ଶନୀ ଉଦଘାଟିତ ହୋଇଛି । ଏହି ପ୍ରଦର୍ଶନୀକୁ ଲୋକାର୍ପଣ କରିବା ପରେ ଶ୍ରୀ ପ୍ରଧାନ ସେଠାରେ ଭବିଷ୍ୟତର କାର୍ଯ୍ୟଶୈଳୀ ପାଇଁ ଅନୁଷ୍ଠିତ ସମ୍ମିଳନୀରେ ଯୋଗଦେଇଛନ୍ତି । ସମ୍ମିଳନୀର ବିଷୟବସ୍ତୁ ରହିଛି, ଭବିଷ୍ୟତ କାର୍ଯ୍ୟଶୈଳୀରେ ଆଧୁନୀକ ପ୍ରଯୁକ୍ତିବିଦ୍ୟା ଉପରେ ଗୁରୁତ୍ୱ ।
