Home Breaking News ‘ମୁଖ୍ୟମନ୍ତ୍ରୀ ହେଲେ ଅମୂଲ କ୍ଷୀର କିଣିବାକୁ ମନା କରିବି’

‘ମୁଖ୍ୟମନ୍ତ୍ରୀ ହେଲେ ଅମୂଲ କ୍ଷୀର କିଣିବାକୁ ମନା କରିବି’

by Admin
0 comment

ମୁଁ ମୁଖ୍ୟମନ୍ତ୍ରୀ ହେଲେ ଅମୂଲ କ୍ଷୀର କିଣିବାକୁ ଲୋକଙ୍କୁ ମନା କରିବି । ଏଭଳି ମନ୍ତବ୍ୟ ଦେଇଛନ୍ତି କର୍ଣ୍ଣାଟକ କଂଗ୍ରେସର ବରିଷ୍ଠ ନେତା ସିଦ୍ଧରମେୟା । ଗୁଜୁରାଟର ଦୁଗ୍ଧଜାତ ସାମଗ୍ରୀ ସମବାୟ ଅମୂଲ ଓ କର୍ଣ୍ଣାଟକର ‘ନନ୍ଦିନୀ’ର ସମ୍ମିଶ୍ରଣ ସମ୍ଭାବନାକୁ ଅଗ୍ରାହ୍ୟ କରି ଆଜି ଏଭଳି ମନ୍ତବ୍ୟ ଦେଇଛନ୍ତି, କେ. ସିଦ୍ଧରମେୟା । ଏହାସହ ସିଦ୍ଧରମେୟା କହିଛନ୍ତି, ଯଦି ସେ ମୁଖ୍ୟମନ୍ତ୍ରୀ ହୁଅନ୍ତି ଅମୂଲ ଦୁଗ୍ଧ ନ କିଣିବାକୁ କର୍ଣ୍ଣାଟକବାସୀଙ୍କୁ କହିବେ ।

ଆଜି ‘ଇଣ୍ଡିଆ ଟୁଡେ କର୍ଣ୍ଣାଟକ ରାଉଣ୍ଡଟେବଲ-୨୦୨୩’ରେ ଯୋଗଦେଇ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା କହିଛନ୍ତି, ଅମୂଲ ତା’ର ସାମ୍ପ୍ରତିକ ଗ୍ରାହକଙ୍କ ଉପରେ ନିର୍ଭରଶୀଳ ହେବା ଉଚିତ୍ । କର୍ଣ୍ଣାଟକରେ ପ୍ରବେଶ କରି ସେ ଆଞ୍ଚଳିକ ଚାଷୀଙ୍କ ପ୍ରତି ଅନ୍ୟାୟ କରିବାକୁ ଉଦ୍ୟମ କରୁଛି । ସେଥିପାଇଁ ଲୋକେ ଅମୂଲର ଆଗମନକୁ ବିରୋଧ କରୁଛନ୍ତି । ଏପରିକ୍ଷେତ୍ରରେ ଯଦି ସେ ମୁଖ୍ୟମନ୍ତ୍ରୀ ହୁଅନ୍ତି ତେବେ ଅମୂଲ ଦୁଗ୍ଧ ନ କିଣିବାକୁ ଲୋକଙ୍କୁ କହିବେ ।

ବିରୋଧୀଙ୍କ ବିରୋଧ ବଜାର ବିରୋଧୀ ନୁହେଁ ବୋଲି ସ୍ପଷ୍ଟୀକରଣ ଦେଇଛନ୍ତି ସିଦ୍ଧରମେୟା । କୃତ୍ରିମ ଚାହିଦା ସୃଷ୍ଟି କରିବା ଭଲନୁହେଁ । ମାନ ଦୃଷ୍ଟିରୁ ‘ନନ୍ଦିନୀ’ ‘ଅମୂଲ’ ସମକକ୍ଷ । ତେଣୁ ‘ନନ୍ଦିନୀ’ ବ୍ୟବସାୟରେ ‘ଅମୂଲ’ ହସ୍ତକ୍ଷେପ କରିବା ଅନୁଚିତ୍ ।

ସୂଚନା ମୁତାବକ ଦୁଗ୍ଧ ଓ ଦହି ଯୋଗାଣ ପାଇଁ କର୍ଣ୍ଣାଟକ ବଜାରରେ ପ୍ରବେଶ କରିବ ବୋଲି ଗୁଜୁରାଟର ଦୁଗ୍ଧଜାତ ସାମଗ୍ରୀର ସମବାୟ ମୂଲ୍ୟ ଏପ୍ରିଲ ୫ତାରିଖରେ ଘୋଷଣା କରିବା ଘଟଣା ଶାସକ ବିଜେପିକୁ ସମାଲୋଚନା କରିବାକୁ ବିରୋଧୀଙ୍କୁ ଆଉଏକ ସୁଯୋଗ ଦେଇଛି ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc