ଦେଶର ପ୍ରତିଷ୍ଠିତ ମାଗାଜିନ୍ ‘ଦି ୱିକ୍’ ପକ୍ଷରୁ କରାଯାଇଥିବା ‘ହାପି ପ୍ଲସ’ ସର୍ଭେରୁ ଜଣାପଡ଼ିଛି ଯେ, ଦେଶର ବଡ଼ ବଡ଼ ସହର ତୁଳନାରେ ଓଡ଼ିଆ ଲୋକ ଅଧିକ ଖୁସିରେ ରହିଛନ୍ତି। ରାଜ୍ୟର ବିଭିନ୍ନ ସେବା ପ୍ରଦାନ ସାଙ୍ଗକୁ ମିଳୁଥିବା ଅନ୍ୟାନ୍ୟ ସୁବିଧା ସୁଯୋଗ ପାଇଁ ରାଜ୍ୟବାସୀ ଖୁସି ଅଛନ୍ତି। ଏଥିପାଇଁ ଦେଶର ବହୁ ପ୍ରମୁଖ ସହରକୁ ପଛରେ ପକାଇ ଖୁସି ଥିବା ରାଜ୍ୟଙ୍କ ତାଲିକାର ଶୀର୍ଷ ୩ରେ ଓଡ଼ିଶା ସ୍ଥାନ ପାଇଛି। ବଡ଼ କଥା ହେଉଛି ଯେ ଓଡ଼ିଶାବାସୀଙ୍କ ଖୁସି କ୍ରମାଗତ ଭାବେ ବଢ଼଼ିବାରେ ଲାଗିଛି।

ଏହି ସର୍ଭେରେ ୭ଟି ତତ୍ତ୍ୱ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏଥିରେ ନିଜ ପସନ୍ଦ ପାଇଁ ସ୍ୱାଧୀନତା, ଦୁର୍ନୀତି ପ୍ରତି ମନୋଭାବ, ରାଜ୍ୟର ଘରୋଇ ଉତ୍ପାଦନ ନେଇ ବିକାଶ ସୁଯୋଗ, ଉପଭୋକ୍ତା ଅର୍ଥ ସୂଚକାଙ୍କ, ସାକ୍ଷାରତା ହାର, ଜନ୍ମବେଳେ ସ୍ୱାସ୍ଥ୍ୟଗତ ଆକାଂକ୍ଷା, ବହୁମୁଖୀ ଗରିବୀ ଓ ସ୍ୱାସ୍ଥ୍ୟ ସୂଚକାଙ୍କ ଉପରେ ଗୁରୁତ୍ୱ ଦିଆଯାଇଥିଲା।
