Home Breaking News ଆଜି ଇଦ ଉଲ ଫିତର: ଚଳଚଞ୍ଚଳ ମସଜିଦ୍

ଆଜି ଇଦ ଉଲ ଫିତର: ଚଳଚଞ୍ଚଳ ମସଜିଦ୍

by Admin
0 comment

ଆଜି ମୁସଲମାନ ସମ୍ପ୍ରଦାୟଙ୍କ ସବୁଠୁ ବଡ଼ ପର୍ବ ପବିତ୍ର ଇଦ । ଖାସ୍ ଏଥିପାଇଁ ରାଜ୍ୟ ତଥା ଦେଶର ସବୁ ମସଜିଦ୍ ଓ ଇଦଗା ମୈଦାନ ଚଳଚଞ୍ଚଳ ହୋଇଉଠିଛି । ସକାଳୁ ସକାଳୁ ସମୂହ ନମାଜ ପ୍ଧଙ୍ଖ ପାଇଁ ବିଭିନ୍ନ ମସଜିଦ୍‌ରେ ପ୍ରବଳ ଭିଡ଼ ଜମିଛି । ସମୂହ ନମାଜ ପାଠ ପରେ ପରସ୍ପରକୁ ଇଦ୍ ମୁବାରକ୍ ଜଣାଇବେ ସଭିଁଏ । ଏହାପରେ ଘରେ ଘରେ ସୁସ୍ୱାଦୁ ବ୍ୟଞ୍ଜନ ସାଙ୍ଗକୁ ମଉଜର ଜମିବ ଆସର । ସେ ଯେତେ ଗରିବ ହୋଇଥାଆନ୍ତୁ ଅବା ଧନୀ ସମସ୍ତେ ନୂଆ ବସ୍ତ୍ର ପରିଧାନ କରି ପରସ୍ପରକୁ କୋଳାଗ୍ରତ କରିବା ସହ ଉତ୍ସବ ମନାଉଛନ୍ତି । ଆଜିର ଦିନକୁ ଇସଲାମ ଧର୍ମରେ ବଳିଦାନର ଦିନ ବୋଲି କୁହାଯାଏ । ଇସଲାମ ଧର୍ମାବଲମ୍ବୀମାନେ ଏହି ପର୍ବରେ ଆଲ୍ଲାଙ୍କୁ କୃତଜ୍ଞତା ଜ୍ଞାପନ ସହ ଭୋଜିଭାତ ଓ ଅନେକ ସୁସ୍ୱାଦୁ ଭୋଜନର ମଜା ନେଇଥାଆନ୍ତି । ଏହାଛଡ଼ା ନୂଆ ପୋଷାକ, ସାଙ୍ଗସାଥୀ, ଜ୍ଞାତି-କୁଟୁମ୍ବଙ୍‌କ ଭିତରେ ଉପହାରର ଆଦାନ ପ୍ରଦାନ କରିଥାଆନ୍ତି । ଏହିଦିନ କଳିତକରାଳ, ବିଶେଷକରି ପାରିବାରିକ ଝଗଡାକୁ ମେଣ୍ଟାଇବାକୁ ଚେଷ୍ଟା କରିଥାଆନ୍ତି ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc