Home Breaking News ପରକୀୟା ପ୍ରୀତି ସନ୍ଦେହ: ପତ୍ନୀହନ୍ତା ସ୍ୱାମୀକୁ ଆଜୀବନ କାରାଦଣ୍ଡ

ପରକୀୟା ପ୍ରୀତି ସନ୍ଦେହ: ପତ୍ନୀହନ୍ତା ସ୍ୱାମୀକୁ ଆଜୀବନ କାରାଦଣ୍ଡ

by Admin
0 comment

୨୦୧୯ ମସିହାରେ କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ କୁହୁରିଗୁମା ଗାଁରେ ଘଟିଯାଇଥିଲା ଏକ ନିର୍ମମ ହତ୍ୟାକାଣ୍ଡ | ସେହି ଗାଁର ଅଗସ୍ତି ମାଝୀ ନିଜ ପତ୍ନୀର ଚରିତ୍ରକୁ ସନ୍ଦେହ କରି ତାକୁ ଟାଙ୍ଗିଆରେ ହାଣି ହତ୍ୟା କରିବା ଘଟଣା ସ୍ଥାନୀୟ ଅଂଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ଏ ଘଟଣା ପରେ ସେତେବେଳେ ଅଭିଯୁକ୍ତ ଅଗସ୍ତି ମାଝୀକୁ ଜୟପାଟଣା ପୁଲିସ ଥାନା କେଶ ନମ୍ବର ୧୭୧ ତା ୩୦.୦୬.୨୦୧୯ ରେ ଏକ ହତ୍ୟା ମାମଲା ରୁଜୁ କରି ଗିରଫ ସହ କୋର୍ଟ ଚାଲାଣ କରିଥିଲ । ଆଇପିସିର ଦଫା ୩୦୨ ରେ ମାମଲାର ଶୁଣାଣୀ କରି ସମସ୍ତ ସାକ୍ଷ୍ୟ ପ୍ରମାଣ ଆଧାରରେ ଆଜି ମାନ୍ୟବର ଧର୍ମଗଡ ଅତିରିକ୍ତ ଜିଲ୍ଲା ଦୌରା ଜଜ୍‌ ବନ୍ଦନା କର ଅଭିଯୁକ୍ତ ଅଗସ୍ତି ମାଝୀକୁ ଆଜୀବନ କାରାଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଅର୍ଥ ଦଣ୍ଡାଦେଶ ପାଇଁ ରାୟ ପ୍ରକାଶ କରିଛନ୍ତି ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc