Home Breaking News ବ୍ଲୁ ଟିକ ହରାଇଲେ ନବୀନ ଓ ଯୋଗୀ

ବ୍ଲୁ ଟିକ ହରାଇଲେ ନବୀନ ଓ ଯୋଗୀ

by Admin
0 comment

ହଠାତ୍ ବିଳମ୍ବିତ ରାତିରେ ଟ୍ୱିଟରରୁ ହଟିଯାଇଛି ବ୍ଲୁ ଟିକ୍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ବହୁ ବଲିଉଡ୍ ଷ୍ଟାର ହରାଇଛନ୍ତି ସେମାନଙ୍କ ବ୍ଲୁ ଟିକ୍ । ଏହାସହିତ ଓଡ଼ିଶାର ଶାସକଦଳର ଅନେକ ବଡବଡିଆ ନେତା ବି ହରାଇଛନ୍ତି ବ୍ଲୁ ଟିକ୍ । ଏପରି କି ବଲିଉଡ଼ର ଅନେକ ନାମୀଦାମୀ ଓ ଜଣାଶୁଣା ଅଭିନେତାଙ୍କର ବି ବ୍ଲୁ ଟିକ୍ ହଟିଯାଇଛି । ବଲିଉଡର ସେହେନସା ଅମିତାଭ୍ ବଚ୍ଚନ୍‌, କିଙ୍ଗ୍ ଖାନ୍ ଶାହାରୁଖ ଓ ଭାଇଜାନ୍ ସଲମାନ ପ୍ରମୁଖଙ୍କ ଆକାଉଣ୍ଟରୁ ବ୍ଲୁ ଟିକ୍ ହଟିଯାଇଛି । ସେହିପରି କ୍ରିକେଟ ଦୁନିଆର ଜଣାଶୁଣା ଲିଜେଣ୍ଡ୍ ବିରାଟ କୋହଲିଙ୍କର ବି ବ୍ଲୁ ଟିକ୍ ହଟାଇଛି ଟ୍ୱିଟର । ଟ୍ୱିଟର ତା’ର ସମସ୍ତ ଆକାଉଣ୍ଟରୁ ଲିଗାସି ଭେରିଫାଏଡ୍ ବ୍ଲୁ ଟିକ୍ ହଟାଇ ଦେଇଛି । ବର୍ତ୍ତମାନଠାରୁ କେବଳ ପେଡ୍ ଟ୍ୱିଟର ବ୍ଲୁ ଭେରିଫିକେସନ୍ ସେବାରେ ସବସ୍କ୍ରାଇବ୍ ହୋଇଥିବା ଆକାଉଣ୍ଟରେ ରହିବ ବ୍ଲୁ ଟିକ୍ । କମ୍ପାନୀ ପକ୍ଷରୁ ପ୍ରଥମେ ଏପ୍ରିଲ ୧ରେ ଲିଗାସି ବ୍ଲୁ ଟିକକୁ ହଟାଇବା ପାଇଁ ଯୋଜନା କରିଥିଲା ।

କିନ୍ତୁ ଏହି ପରିବର୍ତ୍ତନ ବଛା ବଛା ଆକାଉଣ୍ଟ୍ ରେ ଲାଗୁ ହୋଇଥିଲା । ସୂଚନା ମୁତାବକ ଜାକ୍ ଡୋର୍ସି ହେଉଛନ୍ତି ଟ୍ୱିଟରର ପ୍ରଥମ ମାଲିକ । ଯିଏ କି ଟ୍ୱିଟରକୁ ପ୍ରତିଷ୍ଠା କରିଥିଲେ । ସେତେବେଳେ ଟ୍ୱିଟର ସେହିମାନଙ୍କୁ ବ୍ଲୁ ଟିକ୍ ବ୍ୟାଚ୍ ପ୍ରଦାନ କରୁଥିଲା, ଯେଉଁମାନେ ଲୋକପ୍ରିୟ, ଜଣାଶୁଣା ବ୍ୟକ୍ତି ଏବଂ ଅଧିକ ଫଲୋୟର୍ସ ରଖୁଥିବେ । ପରେ ବିଶ୍ୱର ପ୍ରମୁଖ ଧନୀ ଏଲନ୍ ମସ୍କ୍ ଏହାକୁ ଅଧିଗ୍ରହଣ କରିବା ପରେ ଲଗାତାର ଏଥିରେ ପରିବର୍ତ୍ତନ କରିଚାଲିଛନ୍ତି । ଏଲନ୍ ବ୍ଲୁ ବ୍ୟାଚକୁ କମର୍ସିଆଲ ବା ପେଡ୍ ଭର୍ସନ୍ କରିଦେଇଛନ୍ତି । ଅର୍ଥାତ୍ ଯେ କେହି ଏହି ବ୍ଲୁ ଟିକ୍ ନିଜ ଆକାଉଣ୍ଟ୍‌ରେ ଲଗାଇପାରିବେ । ହେଲେ ଏଥିପାଇଁ ମାସକୁ ଏକ୍ସଟ୍ରା ଚାର୍ଜ ଦେବାକୁ ପଡ଼ିବ । ସୂଚନା ମୁତାବକ ଏବେ ଟ୍ୱିଟର ୩ ପ୍ରକାର ବ୍ୟାଚ୍ ପ୍ରଦାନ କରୁଛି । ଗୋଟିଏ ଗ୍ରେ ଦ୍ୱିତୀୟଟି ଅରେଞ୍ଜ୍ ଓ ତୃତୀୟଟି ବ୍ଲୁ ବ୍ୟାଚ୍ ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc