ଜମ୍ମୁ-କାଶ୍ମୀରରେ ଆଜି ଅପରାହ୍ନରେ ଘଟିଛି ବଡ଼ ଦୁର୍ଘଟଣା । ପୁଞ୍ଝ-ଜମ୍ମୁ ଜାତୀୟ ରାଜପଥରେ ଏକ ଯବାନଙ୍କ ଟ୍ରକରେ ହଠାତ୍ ନିଆଁ ଲାଗିଯାଇଥିଲା । ଦୁର୍ଘଟଣାରେ ୪ଜଣ ଯବାନ ସହିଦ ହୋଇଥିବା ଜଣାପଡ଼ିଛି । ଖବର ପାଇଁ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଛନ୍ତି ପୋଲିସ ସମେତ ଆର୍ମିର ଉଚ୍ଚପଦସ୍ତ ଅଧିକାରୀ । ବିଜୁଳି ମାରିବା ଯୋଗୁଁ ଏହା ଟ୍ରକ୍ ଉପରେ ପଡିଥିଲା । ଏଣୁ ହଠାତ୍ ଟ୍ରକ୍ଟି ଜଳିଯାଇଥିବା ଜଣାପଡ଼ିଛି ।
