ପ୍ରଥମେ ଭାରତୀୟ ମହିଳାଙ୍କ ସହ ଦୋସ୍ତି କରୁଥିଲେ । ପରେ ମିଠା ମିଠା କଥା କହି ବନ୍ଧୁ ବନିଯାଉଥିଲେ । ପରେ ଆରମ୍ଭ ହେଉଥିଲା ଠକେଇର ମହାପର୍ବ । ଜଣେ କି ଦୁଇ ଜଣ ନୁହେଁ ଏମିତି ଅନେକ ମହିଳାଙ୍କ ସହ ବନ୍ଧୁତା ସ୍ଥାପନ କରି ପରେ ସେମାନଙ୍କୁ ଠକିଥିବା ଅଭିଯୋଗ ହୋଇଛି । ଉତ୍ତରପ୍ରଦେଶର ନୋଏଡା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଖବରପାଇ ପୋଲିସର ସାଇବର ଟିମ୍ ଘଟଣାର ଅଧିକ ଖୋଳତାଡ଼ କରିଥିଲା ।

