ଓଡ଼ିଶାରେ ଲୁଚିଥିଲା ୟୁପିର କୁଖ୍ୟାତ ଗ୍ୟାଙ୍ଗଷ୍ଟର । ଉମେଶ ପାଲ୍ ହତ୍ୟା ମାଲାରେ ଫେରାର ଥିବା ଉତ୍ତରପ୍ରଦେଶର କୁଖ୍ୟାତ ମାଫିଆ ଗୁଡ୍ଡୁ ମୁସଲିମର ଲାଷ୍ଟ ଲୋକେସନ୍ ଓଡ଼ିଶାରେ ଟ୍ରେସ୍ ହୋଇଛି । ବୋମା ପ୍ରସ୍ତୁତିରେ ମାହିର ଗୁଡ୍ଡୁ ମୁସଲିମ୍ ଓଡ଼ିଶାର ପୁରୀରେ ଲୁଚିଥିଲା ଓ ତା’ର ଶେଷ ଲୋକେସନ ପୁରୀ ହିଁ ମିଳିଥିଲା । ଶେଷଥର ପାଇଁ ୟୁପି ଏସଟିଏଫ୍ ଗୁଡ୍ଡୁକୁ ପୁରୀରେ ଟ୍ରାକ୍ କରିଥିଲା । ଏଭଳି କିଛି ଖବର ଏବେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଅସଦ୍ ଓ ଗୁଲାମର ଏନକାଉଣ୍ଟର ପରଠାରୁ ଅଣ୍ଡରଗ୍ରାଉଣ୍ଡ୍ ହୋଇଯାଇଛି ଗୁଡ୍ଡୁ ମୁସଲିମ୍ । ଏସଟିଏଫ୍ ଟିମ୍ ଗୁଡ୍ଡୁକୁ ଧରିବାକୁ ବିଭିନ୍ନ ସ୍ଥାନରେ ଛାନଭିନ୍ ଚଳାଇଛି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ଏସଟିଏଫ୍ ଟିମ୍ ପୁରୀରେ ପହଁଚିବା ବେଳକୁ ସେ ହଠାତ୍ କେଉଁଆଡ଼େ ଗାଏବ୍ ହୋଇଯାଇଥିଲା ।
ଅଧିକ ପଢନ୍ତୁ
ସୂଚନା ମୁତାବକ ନିହତ ଗ୍ୟାଙ୍ଗଷ୍ଟର ଅତିକ୍ ଅହମ୍ମଦର ମୁଖ୍ୟ ସହଯୋଗୀ ହେଉଛି ଗୁଡ୍ଡୁ ମୁସଲିମ୍ । ଅତିକର ପୁଅ ଅସଦକୁ ଏନକାଉଣ୍ଟର ପରଠାରୁ ଗୁଡ୍ଡୁ ଅଣ୍ଡରଗ୍ରାଉଣ୍ଡ୍ ଥିବା ବେଳେ ତା’କୁ ଧରିବାକୁ ୟୁପି ଏସଟିଏଫ୍ ଏବେ ବି ବିଭିନ୍ନ ସ୍ଥାନରେ ଜାଲ ବିଛାଇଛି । ଗତ ୧୫ତାରିଖରେ ପ୍ରୟାଗରାଜ ହସ୍ପିଟାଲ ବାହାରେ ଅତିକ୍ ଅହମ୍ମଦ ଓ ତାର ଭାଇ ଆସିଫ୍ ଅହମ୍ମଦକୁ ଗୁଳିକରି ହତ୍ୟା କରାଯାଇଥିଲା । ଏହାପରେ ଦେଶର କୋଣଅନୁକୋଣରେ ଯାଞ୍ଚ୍ ଓ ତଲାସୀ ଅଭିଯାନ ଆରମ୍ଭ କରିଥିଲା ୟୁପି ଏସଟିଏଫ୍ । ଏହି ସମୟରେ ଦୁର୍ଦ୍ଦାନ୍ତ ଅପରାଧୀ ଗୁଡ୍ଡୁ ପୁରୀରେ ଲୁଚିଥିବା ନେଇ ତା’କୁ ଟ୍ରାକ୍ କରାଯାଇଥିବା ଜଣାପଡ଼ିଥିଲା ।
ଆହୁରି ପଢନ୍ତୁ