ପଳାତକ ଖଲିସ୍ତାନୀ ନେତା ଅମ୍ରିତପାଲ ସିଂହର ପତ୍ନୀ କିରଣଦୀପ କୌର ଅଟକ । ଦେଶ ଛାଡି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ଆଜି(ଗୁରୁବାର) ଅମୃତସରର ଶ୍ରୀ ଗୁରୁ ରାମ ଦାସ ଅନ୍ତର୍ଜାତୀୟ ବିମାନ ବନ୍ଦରରେ କିରଣଦୀପଙ୍କୁ ଅଟକ ରଖିଛି ପଞ୍ଜାବ ପୋଲିସ । ସେ ଭାରତ ଛାଡି ଲଣ୍ଡନ ପଳାୟନ କରିବାକୁ ଉଦ୍ୟମ କରୁଥିଲେ । ଆଜି ପୂର୍ବାହ୍ନରେ ଲଣ୍ଡନକୁ ତାଙ୍କର ଫ୍ଲାଇଟ ଥିଲା । ଏହାପୂର୍ବରୁ ପୋଲିସ କିରଣଦୀପଙ୍କୁ ଅଟକ ରଖି ହେପାଜତକୁ ନେଇଛି

କିରଣଦୀପ୍ ଅମୃତସର ବିମାନ ବନ୍ଦରରୁ ଲଣ୍ଡନର ବର୍ମିଂହାମ ଯିବାକୁ ଉଦ୍ୟମ କରୁଥିଲେ । ପୂର୍ବାହ୍ନ ସାଢେ ୧ଟାରେ ଲଣ୍ଡନକୁ ତାଙ୍କର ଫ୍ଲାଇଟ ଥିଲା । ହେଲେ ବିିମାନ ବନ୍ଦରରେ ଥିବା ପୋଲିସ କିରଣଦୀପଙ୍କୁ ଅଟକ ରଖି ପଚରା ଉଚରା କରିଥିଲେ । ପଞ୍ଜାବ ପୋଲିସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, କିରଣଦୀପ ବ୍ରିଟେନ ନାଗରିକ ଅଟନ୍ତି । ତାଙ୍କ ପାଖରେ ବ୍ରିଟେନ ପାସପୋର୍ଟ ରହିଛି । ପଞ୍ଜାବ କିମ୍ବା ଦେଶରେ ତାଙ୍କ ବିରୋଧରେ କୌଣସି ମାମଲା ରୁଜୁ ହୋଇନି । କିଛି ମାସ ତଳେ ସେ ୱାରିସ ପଞ୍ଜାବ ଦେ ମୁଖ୍ୟ ଅମ୍ରିତପାଲ ସିଂହଙ୍କୁ ବିବାହ କରିଥିଲେ ।
