ଆସନ୍ତା ଏପ୍ରିଲ ୨୧ ତାରିଖରୁ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ, ବେସରକାରୀ ବିଦ୍ୟାଳୟରେ ଗ୍ରୀଷ୍ମ ଅବକାଶ (ଖରା ଛୁଟି) ଆରମ୍ଭ ହେବ । ରାଜ୍ୟରେ ଗ୍ରୀଷ୍ମ ପ୍ରଭାବକୁ ନଜରରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଛି ନିର୍ଦ୍ଦେଶ । ସ୍କୁଲ କେବେ ଖୋଲା ହେବ ସେ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଜାରି କରାଯିବ ।

ପୂର୍ବରୁ ଗ୍ରୀଷ୍ମ ପ୍ରଭାବକୁ ନଜରରେ ରଖି ଏପ୍ରିଲ ମାସ ୧୯ ଓ ୨୦ ତାରିଖ ସ୍କୁଲ ବନ୍ଦ କରିବାକୁ ଘୋଷଣା କରାଯାଇଥିଲା ।
