ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଏକ ଗାଈ ଦ୍ୱାରା ରେସ୍ତୋରାଁ ଉଦଘାଟନ କରାଯାଇଛି । ରେସ୍ତୋରାଁ ମାଲିକ ମନ୍ତ୍ର ଓ ଶଙ୍ଖଧ୍ୱନୀ ସହ ଗାଈ ଦ୍ୱାରା ତାଙ୍କ ପ୍ରତିଷ୍ଠାନର ଉଦଘାଟନ କରିଥିଲେ । ଏହି ଉଦଘାଟନ ଉତ୍ସବରେ ସାମିଲ ହୋଇଥିବା ଲୋକେ କରତାଳି ଦେଇ ଏହାକୁ ସ୍ୱାଗତ କରିଥିଲେ । କିଛି ସମୟ ପୂର୍ବରୁ ଗାଈଟି ଏକ ଭିଆଇପି ବେଶରେ ରେସ୍ତେରାଁରେ ପହଞ୍ଚିଥିଲା । ସ୍ୱତନ୍ତ୍ର ଭାବେ ଉଦଘାଟନ ହୋଇଥିବା ଏହି ରେସ୍ତୋରାଁର ଜଳଖିଆ ଠାରୁ ଆରମ୍ଭ କରି ରାତିଭୋଜନ ଖାଇପାରିବେ ଗ୍ରାହକ । ଏଠାରେ ସମସ୍ତ ଖାଦ୍ୟ ଜୈବିକ କୃଷି ଉତ୍ପାଦନରୁ ଉତ୍ପାଦିତ ପନିପରିବା ଓ ଖାଦ୍ୟଶସ୍ୟରୁ ପ୍ରସ୍ତୁତ ହେବ ।


