ଉତ୍ତରପ୍ରଦେଶର କୁଖ୍ୟାତ ମାଫିଆ ଅତିକ୍ ଅହମ୍ମଦ ଓ ତାଙ୍କ ଭାଇ ଅସରଫ୍ଙ୍କ ସମର୍ଥନରେ ମହାରାଷ୍ଟ୍ରରେ ଲାଗିଛି ପୋଷ୍ଟର । ଏହି ପୋଷ୍ଟରଟିରେ ଉଭୟଙ୍କୁ ଶହୀଦ ବୋଲି ମଧ୍ୟ କୁହାଯାଇଛି । ଅତିକ୍ ଓ ଅସରଫଙ୍କୁ ପୋଷ୍ଟର ମାଧ୍ୟମରେ ସହିଦ ଘୋଷଣା କରାଯିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଖୋଳତାଡ଼ ଆରମ୍ଭ କରିଛି । ମାମଲାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କରିବା ସହ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।


